ଭୁବନେଶ୍ୱର : ୫ ଦିନିଆ ରିମାଣ୍ଡରେ ଯିବେ ଶଙ୍କର ପୃଷ୍ଟି , ଅରବିନ୍ଦ ଦାସ । ରିମାଣ୍ଡ ଅନୁମତି ଦେଲେ ବ୍ରହ୍ମପୁର ଜେଏମଏଫସି ରୁରାଲ କୋର୍ଟ । ୭ ଦିନିଆ ରିମାଣ୍ଡରେ ନେବାକୁ ପିଟିସନ କରିଥିଲା କ୍ରାଇମବ୍ରାଞ୍ଚ । ଏସ୍ଆଇ ପରୀକ୍ଷା ପାଇଁ ଓଡ଼ିଶା ପୁଲିସ ଏବଂ ଆଇଟିଆଇ ଲିମିଟେଡ୍ ମଧ୍ୟରେ ମୂଳ ଟେଣ୍ଡର ଓ ଚୁକ୍ତିନାମାରେ ପ୍ରଶ୍ନପତ୍ର ଫ୍ରେମିଂ, ମୁଦ୍ରଣ ଏବଂ ସମ୍ବନ୍ଧିତ କାର୍ୟ୍ୟଗୁଡ଼ିକ ଆଇଟିଆଇ ଲିମିଟେଡ୍ ଉପରେ ନ୍ୟସ୍ତ କରାଯାଇଥିଲା। ଆଇଟିଆଇ ଏହି କାର୍ୟ୍ୟର କୌଣସି ଅଂଶକୁ ସିଲିକନ୍ ଟେକ୍ ପ୍ରାଇଭେଟ୍ ଲିମିଟେଡ୍କୁ ଆଉଟସୋର୍ସ କରିବାକୁ ଯୋଜନା କରିଥିଲା। ସିଲିକନ୍ ସମସ୍ତ କାର୍ୟ୍ୟ କରିବା ସମ୍ଭବପର ନହେବାରୁ ଆଇଟିଆଇ ପୁଲିସ ମୁଖ୍ୟାଳୟର ଅନୁମତି ଲୋଡ଼ିଥିଲା। ତୃତୀୟ ପକ୍ଷ ଭାବେ ସିଲିକନ୍କୁ ଏହି କାମ ମିଳିବା ପରେ ସେ ଏହି ଟେଣ୍ଡର ଆଉ କାହାକୁ ଦେଇପାରିବ ନାହିଁ ବୋଲି ସର୍ତ୍ତାବଳୀରେ ଉଲ୍ଲେଖ ଥିଲା। କିନ୍ତୁ ସିଲିକନ୍ ଗୋପନୀୟ ଭାବେ ଏହି ଟେଣ୍ଡରର କିଛି ଅଂଶ ପଞ୍ଚସଫ୍ଟ ଟେକ୍ନୋଲଜି ପ୍ରାଇଭେଟ୍ ଲିମିଟେଡକୁ ହସ୍ତାନ୍ତର କରିଥିଲା।
ଏସଆଇ ସ୍କାମ ; ୫ ଦିନିଆ ରିମାଣ୍ଡରେ ଶଙ୍କର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











