The Ultimate Managed Hosting Platform
ADVERTISEMENT

ପୀତବାସ ମର୍ଡର ; ଉମା ବିଶୋୟୀ ଗିରଫ

Facebook
Twitter
LinkedIn

ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ଉମା ବିଶୋୟୀ ଗିରଫ ହୋଇଥିବା ସୂଚନା । ଫେରାର ସାର୍ପସୁଟର୍ କୁରୁପତି ଭୂୟାଁ ଓ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀକୁ ଧରି ଏକ ଅଜଣା ସ୍ଥାନରେ ପୁଲିସ ପଚରାଉଚରା କରୁଥିବା ଜଣାଯାଇଛି। ବିହାରୀ ସାର୍ପସୁଟର୍ ପୀତବାସଙ୍କୁ ହତ୍ୟା କରିଥା’ନ୍ତେ। ହେଲେ ସେମାନଙ୍କ ମଧ୍ୟରୁ ଜଣଙ୍କ ପତ୍ନୀଙ୍କ ଗର୍ଭନଷ୍ଟ ହୋଇଯିବାରୁ ସେମାନେ ହତ୍ୟା ନ କରି ଫେରି ଯାଇଥିଲେ। ଫଳରେ ଉମା ନିଜ ଗାଁ କୁକୁଡ଼ାଖଣ୍ଡି ବ୍ଲକ୍ ବନ୍ଥପଲ୍ଲୀରୁ କୁରୁପତି ଭୂୟାଁ ଓ ଚିଣ୍ଟୁ ପ୍ରଧାନଙ୍କୁ ଡକାଇଥିଲା। ବେଙ୍ଗାଲୁରୁରୁ ଚିଣ୍ଟୁ ବସ୍ ଯୋଗେ ଆସି ବ୍ରହ୍ମପୁର ବସ୍ଷ୍ଟାଣ୍ଡରେ ଓହ୍ଲାଇଥିଲା ବେଳେ କୁରୁପତି ବନ୍ଥପଲ୍ଲୀରୁ ଆସି ପହଞ୍ଚିଥିଲା। ଯୋଗୀ ଓ ଉମା ସେମାନଙ୍କୁ ପୀତବାସଙ୍କ ଘର ପାଖରେ ମେସ୍ କରି ରହିବା ପାଇଁ ଉଦ୍ଦିଷ୍ଟ ଭଡ଼ାଘରେ ରଖାଇଥିଲେ। ତେବେ ପୋଲିସ ସେମାନଙ୍କୁ ଆଜି ଗିରଫ କରିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login