କେନିଆ : କେନିଆର ପଶ୍ଚିମ ରିଫ୍ଟ ଭ୍ୟାଲିରେ ବଡ଼ ଧରଣର ଭୂସ୍ଖଳନ ହୋଇଛି । ଯାହା ବ୍ୟାପକ କ୍ଷୟକ୍ଷତି ଘଟାଇଛି । ଯାହା ଫଳରେ ଏଥିରେ ପ୍ରାୟ ୨୧ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୩୦ ଜଣ ନିଖୋଜ ରହିଛନ୍ତି । ଏଥିସହ ୧୦୦୦ରୁ ଅଧିକ ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଛି । ଏପରି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି । ସୂଚନାନୁଯାୟୀ, ଭୂସ୍ଖଳନ ଯୋଗୁଁ ଅନେକ କ୍ଷୟକ୍ଷତି ଘଟିଛି । ଅନେକ ଲୋକଙ୍କ ଜୀବନ ଯାଇଥିବାବେଳେ ଅଧିକାଂଶ ଆହତ ଏବଂ ନିଖୋଜ ରହିଛନ୍ତି । ଭୂସ୍ଖଳନ ଯୋଗୁଁ ସମସ୍ତଙ୍କ ଜୀବନଜୀବିକା ଅସ୍ତବ୍ୟସ୍ତ ହୋଇ ପଡିଛି । ଏହାରି ମଧ୍ୟରେ ସରକାର ଏଲଡୋରେଟ ସହରର ଏକ ହସ୍ପିଟାଲରେ ଆହତଙ୍କୁ ବିମାନରେ ସ୍ଥାନାନ୍ତର କରିଛନ୍ତି । ବଳ ବର୍ଷା ସତ୍ତ୍ବେ ଉଦ୍ଧାର କାର୍ୟ୍ୟ ଜାରି ରହିଛି । ଆପଣଙ୍କୁ ଜଣାଇ ରଖୁଛୁ ଯେ, ପୂର୍ବରୁ ଚେସୋଙ୍ଗୋଚରେ ଭୂସ୍ଖଳନ ହୋଇଥିଲା । ଯେଉଁଥିରେ ଅନେକ ଲୋକଙ୍କ ମୃତ୍ୟୁ ଘଟିଥିଲା ।
Views: 70











