ମେକ୍ସିକୋ : ମେକ୍ସିକୋର ସୋନୋରା ରାଜ୍ୟରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୨୩ ଜଣଙ୍କର ମୃତ୍ୟୁ ଘଟିଥିଲାବେଳେ ୧୨ ଜଣ ଆହତ ହୋଇଛନ୍ତି । ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ରାଷ୍ଟ୍ରପତି ସେନବାଉମ୍ ପୀଡିତଙ୍କ ପରିବାରକୁ ସହାୟତା ଯୋଗାଇଥିବା ସୂଚନା ମିଳିଛି ।ସୂଚନାନୁଯାୟୀ, ‘ଡେ ଅଫ୍ ଦ ଡେଡ୍’ ଉତ୍ସବ ପାଳନ କରୁଥିବା ସମୟରେ ଅଗ୍ନିକାଣ୍ଡ ଘଟିଥିଲା । ଯେଉଁ ଉତ୍ସବରେ ପରିବାରବର୍ଗ ସେମାନଙ୍କ ଦିବଂଗତ ପ୍ରିୟଜନଙ୍କୁ ମନେ ପକାଇଥାନ୍ତି । ଏହି ଦୁର୍ଘଟଣା ଉତ୍ସବକୁ ଦୁଃଖରେ ପରିଣତ କରିଥିଲା । ହର୍ମୋସିଲୋ ସହରର ଡିସକାଉଣ୍ଟ କାଉଣ୍ଟରରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ଧୂଆଁ ବ୍ୟାପିବାରୁ ଅଧିକାଂଶ ଲୋକଙ୍କର ନିଶ୍ବାସ ନେବାରେ ଅସୁବିଧା ହେବା ଯୋଗୁଁ ମୃତ୍ୟୁ ଘଟିଛି ଯାହା ଆଟର୍ଣ୍ଣି ଜେନେରାଲ ଗୁସ୍ତାଭା ସାଲାସ କହିଛନ୍ତି । ଏହା ବ୍ୟତୀତ ସେ କହିଛନ୍ତି ଯେ, ଫୋରେନସିକ୍ ଟିମ୍ ମୃତଦେହଗୁଡ଼ିକର ଯାଞ୍ଚ ଆରମ୍ଭ କରିଛନ୍ତି । ବୈଦ୍ୟୁତିକ ତ୍ରୁଟି ଯୋଗୁଁ ଅଗ୍ନିକାଣ୍ଡ ଘଟିଛି ବୋଲି କୁହାଯାଉଛି ।
ମେକ୍ସିକୋ ସୁପର ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ
Facebook
Twitter
LinkedIn
Facebook
Twitter
LinkedIn
Recent News
ଶୀତଦିନେ ଡାଏଟରେ ସାମିଲ କରନ୍ତୁ ଏହି ଜିନିଷ , ହାର୍ଟ ଓ ମସ୍ତଷ୍କ ପାଇଁ ଭଲ
ବ୍ୟୁରୋ : କାଜୁ ବାଦାମର ସ୍ୱାଦ ଏପରି ହୋଇଥାଏ ଯେ ଥରେ ଖାଇବା ଆରମ୍ଭ କରିବା ପରେ ଏହାକୁ ଛାଡିବାକୁ ଇଚ୍ଛା ହୁଏ ନାହିଁ । କିନ୍ତୁ...
ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ
ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...
ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା
ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...
ଗୃହରେ ପାଣ୍ଡିଆନ ତାତି
ଭୁବନେଶ୍ୱର : ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ...











