The Ultimate Managed Hosting Platform
ADVERTISEMENT

ବୀରମହାରାଜପୁରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Facebook
Twitter
LinkedIn

ସୁବର୍ଣ୍ଣପୁର : ଧର୍ମଶାଳା ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ବୀରମହାରାଜପୁର ଥାନା ପୋଲିସ ଦ୍ୱାରା ୨ ଜଣ ଅଟକ । ଏନେଇ ବୀରମହାରାଜପୁର ଥାନାରେ ଶନିବାର ସକାଳେ ପୀଡ଼ିତା ଲିଖିତ ଅଭିଯୋଗ କରିଛନ୍ତି। ସୂଚନାରୁ ପ୍ରକାଶ, ଗତକାଲି ହିକୁଡି ଗ୍ରାମର ଜଣେ ଯୁବତୀ (୨୦) ଏକ ଘରୋଇ କମ୍ପାନିରୁ କାର୍ୟ୍ୟ ସାରି ଘରକୁ ଫେରୁଥିଲେ। ସନ୍ଧ୍ୟା ୫.୩୫ରେ ଘରକୁ ଫେରୁଥିବା ବେଳେ ହିକୁଡି ଆଇଟି ଆଇ କଲେଜ୍ ପାଖରେ ଥିବା ବନ୍ଧ ପାଖରେ ତିନି ଜଣ ମୁଖାପିନ୍ଧା ଯୁବକ ତାଙ୍କୁ ଅଟକାଇ ଏକ ତରଳ ପଦାର୍ଥ ସ୍ପ୍ରେ କରିଥିଲେ। ଏହାପରେ ପୀଡ଼ିତା ଚେତା ହରାଇଥିଲେ। ଏହାପରେ ଯୁବକମାନେ ପୀଡ଼ିତାଙ୍କୁ ଏକ ବିଲକୁ ଟାଣି ନେଇ ଦୁଷ୍କର୍ମ କରିଥିଲେ। ଯୁବତୀ ଜଣକ ଚେତା ଆସିବା ପରେ ଘରକୁ ଯାଇ ସବୁକଥା କହିଥିବା ବେଳେ ପରିବାର ଲୋକ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଖବର ପାଇ ପ୍ରଥମେ ଧର୍ମଶାଳା ଫାଣ୍ଡି ଅଧିକାରୀ ବସନ୍ତ କୁମାର ରଥ ଘଟଣା ସ୍ଥଳରେ ପହଞ୍ଚି ଘଟଣା ସଂପର୍କରେ ଉଚ୍ଚ ପୁଲିସ୍ ଅଧିକାରୀଙ୍କୁ ଜଣାଇଥିଲେ। ଶନିବାର ସକାଳେ ପୀଡ଼ିତା ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କଲାପରେ ବୀରମହାରାଜପୁର ଥାନା କେସ୍ ନମ୍ବର ୨୨୯/୨୫ରେ ଏକ ମାମଲା ରୁଜ୍ଜୁ କରି ଇନସ୍ପେକ୍ଟର ଅବିନାଶ ପ୍ରଧାନ ଅଧିକ ତଦନ୍ତ ଚଳାଇଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT

Login