The Ultimate Managed Hosting Platform
ADVERTISEMENT

ବବି ଦାସଙ୍କ ନାଁରେ ମାମଲା ରୁଜୁ

Facebook
Twitter
LinkedIn

ନୂଆପଡା : ବିଜେଡି ନେତା ବବି ଦାସଙ୍କ ବିରୋଧରେ ମାମଲା ରୁଜୁ । କୋମନା ଥାନାରେ ଯୁବକଙ୍କ ଲିଖିତ ଅଭିଯୋଗ ଆଧାରରେ ମାମଲା ରୁଜୁ । ବବି ଦାସଙ୍କ ସହ ବିଧାୟକ ଅଧିରାଜ ପାଣିଗ୍ରାହୀଙ୍କ ନାଁରେ ମାମଲା ରୁଜୁ । ବିଏନଏସ ୧୨୬(୨), ୨୯୬, ୧୧୫(୨), ୩୫୧(୨) ଓ ୩ (୫) ଧାରାରେ ମାମଲା ରୁଜୁ ହୋଇଛି । ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସରେ ମାଡ ମାରିଥିବା ଅଭିଯୋଗ ହୋଇଛି । ଯୁବକଙ୍କୁ ଅଶ୍ଲୀଳ ଭାଷାରେ ଗାଳ୍ିଗୁଲଜ ସହ ମାଡ ମାରିଥିବା ଅଭିଯୋଗ ହୋଇଛି ।ଏବେ ବିଜେପିରେ କାହିଁକି ବୁଲୁଛୁ କହି ମାଡ ମାରିଥିବା ଅଭିଯୋଗ । ସେପଟେ ଅଭିଯୋଗ ନେଇ ବବି ଦାସ ଓ ଅଧିରାଜ ପାଣିଗ୍ରାହୀଙ୍କ ପ୍ରତିକ୍ରିୟା ମିଳିନାହିଁ । ଅଭିଯୋଗକାରୀ ଜିତୁଙ୍କୁ ଏତଲା ମୁତାବକ, କୋମନା ସ୍ଥିତ ବିଜେଡି ନେତା ମନୋଜ ମିଶ୍ରଙ୍କ ଫାର୍ମ ହାଉସକୁ ଜିତୁଙ୍କୁ ଡାକିଥିଲେ ବିଜେଡି ନେତାମାନେ । ସେଠି ବିଜେଡି ନେତା ବବି ଦାସ ଜିତୁଙ୍କୁ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିଥିଲେ । ଆଗରୁ ବିଜେଡିରେ ବୁଲୁଥିଲୁ ଓ ଏବେ କାହିଁକି ବିଜେପିରେ ବୁଲୁଛୁ ବୋଲି କହି ଜିତୁଙ୍କ ସାର୍ଟ କଲର ଧରି ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏପରିକି ଜିତୁ ଓ ତାଙ୍କ ପରିବାରକୁ ଜୀବନରୁ ମାରିଦେବାକୁ ବିଧାୟକ ଅଧିରାଜ ପାଣିଗ୍ରାହୀ ଏବଂ ବବି ଦାସ ଧମକ ଦେଇଥିବା ଅଭିଯୋଗ ହୋଇଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login