ବଲାଙ୍ଗିର : ଡିକି ଭାଙ୍ଗି ନେଇଗଲେ ୫ ଲକ୍ଷ । ବଲାଙ୍ଗିରି ଜିଲ୍ଲା ତୁଷୁରା ଥାନା ନିକଟରେ ଘଟିଛି ଏଭଳି ଘଟଣା । ବାଇକ ଡିକି ଭାଙ୍ଗି ୫ ଲକ୍ଷ ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି । ତୁଷୁରା ଥାନା ଠାରୁ ଅଳ୍ପ କିଛି ଦୂର ବ୍ୟବଧାନରେ ଲୁଟେରାଙ୍କ ଆତଙ୍କ । ବ୍ୟାଙ୍କରୁ ଟଙ୍କା ଉଠାଇ ଦୋକାନ ଯାଇଥିବା ବେଳେ ଲୁଟି ନେଇଗଲେ ଦୁର୍ବୁତ୍ତ । ଏ ନେଇ ଥାନାରେ ମାମଲା ରୁଜୁ ହୋଇଛି । ତେବେ ଦେଖିବାକୁ ଗଲେ ଦିନ ଦିନ ଲୁଟେରାଙ୍କ ଅଞ୍ଚଳରେ ଆତଙ୍କ ବଢିବାରେ ଲାଗିଛି । ଚୋରି ରାହାଜାନି ଭଳି ଘଟଣା ଲୋକଙ୍କ ଭିତରେ ଭୟର ବାତାବରଣ ସୃଷ୍ଟି କରିଛି ।
Views: 30











