The Ultimate Managed Hosting Platform
ADVERTISEMENT

“ନନ୍ଦିଗୁଡ଼ା ଅଙ୍ଗନୱାଡ଼ି ପାଖ ଭଙ୍ଗା କୂଅ” ଶିଶୁ ଓ ଗ୍ରାମବାସୀଙ୍କ ପାଇଁ ଜୀବନ ବିପଦ, ପ୍ରଶାସନ ନିରବ

Facebook
Twitter
LinkedIn

ଉମରକୋଟ (ବିଶ୍ୱଜିତ୍ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ ନେଉରା ପଞ୍ଚାୟତର ନନ୍ଦିଗୁଡ଼ା ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ପାଖରେ ଥିବା ଏକ ପୁରୁଣା କୂଅ ଗତ ଛଅ ମାସ ଧରି ଭାଙ୍ଗି ପଡ଼ି ରହିଛି। ଏହାର ଚାରିପାଖ ଖୋଲା ରହିଥିବାରୁ ଗାଁର ଛୋଟ ଶିଶୁମାନେ ଓ ଲୋକମାନେ ଯେକୌଣସି ସମୟରେ ଦୁର୍ଘଟଣାରେ ପଡ଼ିପାରନ୍ତି। ଗ୍ରାମବାସୀମାନଙ୍କ କଥା ଅନୁସାରେ, ସେମାନେ ଅନେକଥର ଏହି ବିଷୟକୁ ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କ ନିକଟରେ ଅବଗତ କରାଇଥିଲେ, କିନ୍ତୁ ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ହୋଇନି। ଶିଶୁମାନେ ଦିନକୁ ଦିନ ଏହି ଅଞ୍ଚଳରେ ଖେଳିଥାନ୍ତି, ଯେତେବେଳେ କୌଣସି ଅଭାବନୀୟ ଘଟଣା ଘଟିପାରେଏଥିରେ ସନ୍ଦେହ ନାହିଁ। “ପ୍ରଶାସନ ତୁରନ୍ତ ଏହି କୂଅକୁ ମରାମତି କରିବା ଉଚିତ। ଯଦି ଏହିପରି ଅବହେଳା ଚାଲିଥାଏ, ତେବେ ଗ୍ରାମବାସୀ ମିଳିତ ଭାବରେ ଆନ୍ଦୋଳନ କରିବେ ବୋଲି ସୁଚନା ଦେଇଛନ୍ତି।”ଗ୍ରାମର ଅଙ୍ଗନୱାଡ଼ି କର୍ମୀମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ ଶିଶୁମାନଙ୍କ ସୁରକ୍ଷା ପାଇଁ ଏହା ଏକ ଗଭୀର ଅସୁବିଧା।ଏହି ଅଞ୍ଚଳର ଜନସାଧାରଣ ପ୍ରଶାସନ ପାଖରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି କୁଅଟିକୁ ମରାମତି କରିବା ଦାବି କରୁଛନ୍ତି।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ଘର ଭିତରେ ରକ୍ତାକ୍ତ ମୃତଦେହ

ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ

ପାଲଲହଡା : ପରକୀୟା ପ୍ରୀତି ହେଲା କାଳ । ପରକୀୟା ପ୍ରୀତି ସନେ୍ଦହରେ ସ୍ତ୍ରୀକୁ ପିଟି ପିଟି ଜୀବନ ନେଲା ସ୍ୱାମୀ । ଖମାର ଥାନା ସିଆରିମାଳିଆ...

ADVERTISEMENT
ଦୁର୍ଘଟଣାରେ ୩ ବାଇକ ଆରୋହୀ ମୃତ

ଦୁର୍ଘଟଣା ; ଚାଲିଗଲା ଗୋଟିଏ ପରିବାରର ୬ ଜଣଙ୍କ ଜୀବନ

ଉତ୍ତରପ୍ରଦେଶ ; ଉତ୍ତରପ୍ରଦେଶର ମୋରାଦାବାଦରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଯେଉଁଥିରେ ଗୋଟିଏ ପରିବାରର ୬ ସଦସ୍ୟଙ୍କର ମୃତ୍ୟୁ ଘଟିଛି । ଏକ ଦ୍ରୁତଗାମୀ...

ଯୁବପିଢୀଙ୍କ କ୍ଷେତ୍ରରେ କାହିଁକି ବଢୁଛି ଆତ୍ମହତ୍ୟା ?

କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ରାଉରକେଲା : ଝୁଲନ୍ତା ଅବସ୍ଥାରେ କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର । ଉଦିତନଗର ଥାନା ବାସନ୍ତୀ କଲୋନୀ ବାସଭବନରୁ ଉଦ୍ଧାର । କେଉଁ ପରିସ୍ଥିତିରେ ପୋଲିସ କର୍ମଚାରୀ ଏଭଳି...

Login