ଉମରକୋଟ (ବିଶ୍ୱଜିତ୍ ମଲ୍ଲିକ): ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅଧୀନ ନେଉରା ପଞ୍ଚାୟତର ନନ୍ଦିଗୁଡ଼ା ଗ୍ରାମରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ପାଖରେ ଥିବା ଏକ ପୁରୁଣା କୂଅ ଗତ ଛଅ ମାସ ଧରି ଭାଙ୍ଗି ପଡ଼ି ରହିଛି। ଏହାର ଚାରିପାଖ ଖୋଲା ରହିଥିବାରୁ ଗାଁର ଛୋଟ ଶିଶୁମାନେ ଓ ଲୋକମାନେ ଯେକୌଣସି ସମୟରେ ଦୁର୍ଘଟଣାରେ ପଡ଼ିପାରନ୍ତି। ଗ୍ରାମବାସୀମାନଙ୍କ କଥା ଅନୁସାରେ, ସେମାନେ ଅନେକଥର ଏହି ବିଷୟକୁ ପଞ୍ଚାୟତ ଓ ବ୍ଲକ ଅଧିକାରୀଙ୍କ ନିକଟରେ ଅବଗତ କରାଇଥିଲେ, କିନ୍ତୁ ଏପର୍ୟ୍ୟନ୍ତ କୌଣସି ପଦକ୍ଷେପ ଗ୍ରହଣ ହୋଇନି। ଶିଶୁମାନେ ଦିନକୁ ଦିନ ଏହି ଅଞ୍ଚଳରେ ଖେଳିଥାନ୍ତି, ଯେତେବେଳେ କୌଣସି ଅଭାବନୀୟ ଘଟଣା ଘଟିପାରେଏଥିରେ ସନ୍ଦେହ ନାହିଁ। “ପ୍ରଶାସନ ତୁରନ୍ତ ଏହି କୂଅକୁ ମରାମତି କରିବା ଉଚିତ। ଯଦି ଏହିପରି ଅବହେଳା ଚାଲିଥାଏ, ତେବେ ଗ୍ରାମବାସୀ ମିଳିତ ଭାବରେ ଆନ୍ଦୋଳନ କରିବେ ବୋଲି ସୁଚନା ଦେଇଛନ୍ତି।”ଗ୍ରାମର ଅଙ୍ଗନୱାଡ଼ି କର୍ମୀମାନେ ମଧ୍ୟ ଚିନ୍ତା ବ୍ୟକ୍ତ କରି କହିଛନ୍ତି ଯେ ଶିଶୁମାନଙ୍କ ସୁରକ୍ଷା ପାଇଁ ଏହା ଏକ ଗଭୀର ଅସୁବିଧା।ଏହି ଅଞ୍ଚଳର ଜନସାଧାରଣ ପ୍ରଶାସନ ପାଖରୁ ତୁରନ୍ତ ପଦକ୍ଷେପ ଗ୍ରହଣ କରି କୁଅଟିକୁ ମରାମତି କରିବା ଦାବି କରୁଛନ୍ତି।
“ନନ୍ଦିଗୁଡ଼ା ଅଙ୍ଗନୱାଡ଼ି ପାଖ ଭଙ୍ଗା କୂଅ” ଶିଶୁ ଓ ଗ୍ରାମବାସୀଙ୍କ ପାଇଁ ଜୀବନ ବିପଦ, ପ୍ରଶାସନ ନିରବ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











