ହିମାଚଳ ପ୍ରଦେଶ : ହିମାଚଳ ପ୍ରଦେଶରେ ଭୂକମ୍ପ ଝଟକା । ଭୂକମ୍ପର ତୀବ୍ରତା ୩.୨ ରହିଛି । ଯାହାର କେନ୍ଦ୍ରସ୍ଥଳ ଶିମଲାରୁ ୧୦ କିଲୋମିଟର ଗଭୀରତାରେ ରହିଥିବା ଜଣାପଡିଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇଥିବାର ସୂଚନା ମିଳିନାହିଁ । ସୂଚନାନୁଯାୟୀ, ଆଜି ପ୍ରାୟ ସକାଳ ୭ଟା ସମୟରେ ଶିମଲାରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ତୀବ୍ରତା କମ୍ ଥିବାରୁ ଅଧିକାଂଶ ଲୋକ ଏହାକୁ ଅନୁଭବ କରିପାରିନଥିଲେ । ଭୂକମ୍ପରେ କାହାର କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ ।
Views: 55











