ଭୁବନେଶ୍ୱର : ଆଜିଠୁ ମୋନ୍ଥା କ୍ଷୟକ୍ଷତି ଆକଳନ । ଏ ନେଇ ସୂଚନା ଦେଲେ ରାଜସ୍ୱ ମନ୍ତ୍ରୀ । ୩ ଦିନରେ କ୍ଷୟକ୍ଷତି ଆକଳନ ରିପୋର୍ଟ ଦେବାକୁ ରାଜସ୍ୱ ମନ୍ତ୍ରୀଙ୍କ ନିଦେ୍ର୍ଦଶ । ଧାନ, କପା, ପନିପରିବା ଚାଷ କ୍ଷତି ହୋଇଥିବା ସୂଚନା ଆସିଛି । ଓଡିଶା ବାତ୍ୟାରୁ ବର୍ତ୍ତି ଯାଇଛି , ଆଦୈା ବିଚଳିତ ହୁଅନ୍ତୁ ନାହିଁ । ଯେଉଁ ଜିଲ୍ଲାରେ କ୍ଷୟକ୍ଷତି ହୋଇନାହିଁ, ସେ ଜିଲ୍ଲାରୁ ରାଜସ୍ୱ ଅଧିକାରୀଙ୍କୁ ଆକଳନ ପାଇଁ ନିୟୋଜିତ କରାଯିବ । ଭୁସ୍ଖଳନ ବର୍ତ୍ତମାନ ବଡ଼ ସମସ୍ୟା ହୋଇ ଉଭା ହୋଇଛି । ପ୍ରାକୃତିକ ବିପର୍ୟ୍ୟୟ ଲାଗି ପଥର ଖସୁଛି । ପଥର ଖସିବାରେ ସବୁଠୁ ସମ୍ବେଦନଶୀଳ ଜିଲ୍ଲା ହେଉଛି ଗଜପତି ଜିଲ୍ଲା। ତେଣୁ ତୁରନ୍ତ ରାସ୍ତାଘାଟ ମରାମତି ସହ କ୍ଷତିଗ୍ରସ୍ତଙ୍କୁ ସରକାର ସହାୟତା ପ୍ରଦାନ କରିବେ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ । ବାତ୍ୟା ପ୍ରଭାବରେ ଜାରି ରହିଥିବା ବର୍ଷା ଚାଷୀର ମେରୁଦଣ୍ଡ ଭାଙ୍ଗି ଦେଇଛି । ପାଣିରୁ କିଭଳି ଧାନ ଅମଳ ହେବ ତାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଛନ୍ତି । ବାତ୍ୟା ଛାଡ଼ିଗଲା, କ୍ଷତ ଛାଡ଼ିଗଲା । ବାତ୍ୟା ମୋନ୍ଥା ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଛି ଫସଲ ନଷ୍ଟର ଚିତ୍ର । ପଶ୍ଚିମରୁ ଦକ୍ଷିଣ ଓ ଉତ୍ତରରୁ ଉପକୂଳ ଓଡ଼ିଶା, ସବୁଆଡ଼େ ପ୍ରଭାବିତ ହୋଇଛି ଧାନ ଚାଷ । ତିନି ଦିନର ଲଗାଣ ବର୍ଷାରେ ବ୍ୟାପକ କ୍ଷତି ହୋଇଛି । ଉଜୁଡ଼ା ଧାନ ବିଲକୁ ଦେଖି ଚାଷୀ ଚନ୍ତାରେ ପଡ଼ଛି ।
୩ ଦିନରେ କ୍ଷୟକ୍ଷତି ଆକଳନ ; ରାଜସ୍ୱ ମନ୍ତ୍ରୀ
Facebook
Twitter
LinkedIn
Facebook
Twitter
LinkedIn
Recent News
୯ ଜେଲରୁ ୧୩ କଏଦୀ ଫେରାର
ଭୁବନେଶ୍ୱର : ଜେଲରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲରୁ ୧୩ କଏଦୀ ଫେରାର ହୋଇଛନ୍ତି ।...
ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...
ତଡିପାର ହେଲେଣି ୪୯ ବାଂଲାଦେଶୀ
ଭୁବନେଶ୍ୱର : ରାଜ୍ୟରୁ ତଡିପାର ହେଲେଣି ୪୯ ବାଂଲାଦେଶୀ । ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ନୂଆ ସରକାର ଆସିବା ପରେ...
କିଟରେ ଛାତ୍ରଙ୍କ ଝୁଲନ୍ତା ମୃତଦେହ
ଭୁବନେଶ୍ୱର : ପୁଣି କିଟ ବଦନାମ । କିଟ ବିଶ୍ୱ ବିଦ୍ୟାଳୟରୁ ଜଣେ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି । ହଷ୍ଟେଲ ଝୁଲନ୍ତା ଅବସ୍ଥାରେ ମୃତଦେହ...











