The Ultimate Managed Hosting Platform
ADVERTISEMENT

ଚୀନକୁ ଟ୍ରମ୍ପଙ୍କ ୧୦ ପ୍ରତିଶତ ରିହାତି

Facebook
Twitter
LinkedIn

ନୂଆଦିଲ୍ଲୀ : ଚୀନ ଉପରେ ୧୦ ପ୍ରତିଶତ ଟାରିଫ ହ୍ରାସ କଲେ ଟ୍ରମ୍ପ । ବୁସାନରେ ଜିନପିଙ୍ଗଙ୍କ ସହ ଐତିହାସିକ ଆଲୋଚନା ପରେ ନିଷ୍ପତ୍ତି । ୫୭ ପ୍ରତିଶତରୁ ୪୭ ପ୍ରତିଶତକୁ ଟାରିଫ ହ୍ରାସ କଲେ ଟ୍ରମ୍ପ । ୨ ନେତାଙ୍କ ମଧ୍ୟରେ ପ୍ରାୟ ୨ ଘଣ୍ଟାରେ ଆଲୋଚନା ପରେ ନିଷ୍ପତ୍ତି । ବୈଠକରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ହୋଇଥିବା ସୂଚନା ଦେଲେ ଟ୍ରମ୍ପ । ଯୁକ୍ତରାଷ୍ଟ୍ର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଚୀନ ରାଷ୍ଟ୍ରପତି ଜିନପିଙ୍ଗ୍ ୨୦୧୯ ପରେ ପ୍ରଥମ ଥର ପାଇଁ ଗୁରୁବାର ବୁସାନରେ ମୁହାଁମୁହିଁ ଭାବେ ସାକ୍ଷାତ କରିଛନ୍ତି । ଟ୍ରମ୍ପ ପୂର୍ବରୁ ଫେଣ୍ଟାନିଲ୍ ଔଷଧର ରାସାୟନିକ ଉପାଦାନଗୁଡ଼ିକର ପ୍ରବାହକୁ ରୋକିବା ପାଇଁ ଚୀନ ସାମଗ୍ରୀ ଉପରେ ୨୦ ପ୍ରତିଶତ ଟାରିଫ୍ ଲଗାଇଥିଲେ । ଜିନପିଙ୍ଗଙ୍କ ସହ ଆଲୋଚନା ପରେ ଟ୍ରମ୍ପ ଟାରିଫକୁ ୧୦ ପ୍ରତିଶତକୁ କମାଇବାର ନିଷ୍ପତ୍ତି ନେଇଛନ୍ତି । ଟ୍ରମ୍ପ ଆହୁରି କହିଛନ୍ତି ଯେ ଚୀନ ଏବଂ ଯୁକ୍ତରାଷ୍ଟ୍ର ମଧ୍ୟରେ ଥିବା ବିବାଦ ସମାଧାନ ହୋଇଛି । ଟ୍ରମ୍ପ କହିଛନ୍ତି ୟୁକ୍ରେନରେ ଯୁଦ୍ଧ ସମାଧାନ କରିବାର ପ୍ରସଙ୍ଗରେ ଏକାଠି କାମ କରିବ ପାଇଁ ଜିନପିଙ୍ଗ ରାଜି ହୋଇଛନ୍ତି । ଟ୍ରମ୍ପ କହିଛନ୍ତି ଚୀନ ରାଷ୍ଟ୍ରପତି ଆମେରିକାକୁ ସାହାଯ୍ୟ କରିବେ ଏବଂ ୟୁକ୍ରେନ ବିଷୟରେ ଏକାଠି କାମ କରିବେ । ଜିନପିଙ୍ଗ୍ ସହିତ ତାଙ୍କ ବୈଠକକୁ ବଡ଼ ସଫଳତା ବୋଲି କହିଛନ୍ତି ଟ୍ରମ୍ପ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ

ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...

Login