The Ultimate Managed Hosting Platform
ADVERTISEMENT

ଲିଙ୍ଗରାଜଙ୍କ ନୀତିକାନ୍ତି ସମ୍ପୁର୍ଣ୍ଣ ; କୋଠ ଭୋଗ ପ୍ରକ୍ରିୟା ଆରମ୍ଭ, ୨୪ ଘଣ୍ଟା ପରେ ସ୍ୱାଭାବିକ

Facebook
Twitter
LinkedIn

ଭୁବନେଶ୍ୱର : ପ୍ରାୟ ୨୪ ଘଣ୍ଟା ପରେ ସ୍ୱାଭାବିକ ହେଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ସମର୍ଥା ନିଯୋଗର ସହ ଯୋଗ ପରେ ଲିଙ୍ଗରାଜଙ୍କ ନୀତିକାନ୍ତି ସ୍ୱାଭାବିକ । ସକାଳୁ ମଙ୍ଗଳ ଆଳତୀ ସମ୍ପୁର୍ଣ୍ଣ , କୋଠ ଭୋଗ ପ୍ରକ୍ରିୟା ଆରମ୍ଭ । କାଲି ସମର୍ଥା ନିଯୋଗ ସେବାୟତ ବନ୍ଦ କରିଥିଲେ ନୀତିକାନ୍ତି । ଲିଙ୍ଗରାଜ ମନ୍ଦିର ରେ ୨୪ ଘଣ୍ଟା ଧରି ଉପବାସ ରହିବା ପରେ ଆଜି ଦେଉଳରେ ସବୁ ସ୍ବଭାବିକ ହୋଇଛି । ମନ୍ଦିରକୁ ଆସି ସେବାୟତଙ୍କ ସହ ଆଲୋଚନା କରିଛନ୍ତି ମନ୍ଦିର ଟ୍ରଷ୍ଟି ସୁର ରାଉତରାୟ । ଏଥିପାଇଁ ପ୍ରଶାସନ ସଜାଗ ରହିବା ଦରକାର ବୋଲି ସେ କହିଛନ୍ତି ।ସେଭଳି ଆଜି ସମୟ ଅନୁଯାୟ ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି ଚାଲିଛି । ସକାଳୁ ଦ୍ଵାରା ଫିଟା ନୀତି, ଦ୍ଵାରପାଳ ପୂଜା ସହ ମଙ୍ଗଳ ଆଳତୀ, ଅବକାଶ ନୀତି, ମାଘ ସ୍ନାନ ଆଦି ସରିଛି । ବର୍ତମାନ ମନ୍ଦିର ବେଢାରେ ଆରମ୍ଭ ହୋଇଛି କୋଠ ଭୋଗ ପ୍ରକ୍ରିୟା । ଆଜି ସମର୍ଥା ସେବାୟତ କାର୍ୟ୍ୟ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି । ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login