ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ କମ୍ପିଲାଣି ମୈଦାନ । ପ୍ରଚାର ମୈଦାନରେ ଲାଗିଲାଣି ନେତାଙ୍କ ଭିଡ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ, ଅନେକ କେନ୍ଦ୍ରମନ୍ତ୍ରୀ, ରାଜ୍ୟ ମନ୍ତ୍ରୀ ଓ ଦଳର ବରିଷ୍ଠ ନେତା । ଆଜି ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ତାଙ୍କ ମାଆ କଳ୍ପନା ଢୋଲକିଆ ଏବଂ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ପ୍ରଚାର କରିବାର କାର୍ୟ୍ୟକ୍ରମ ରହିଛି । ସେପଟେ ଗଡ଼ ବଞ୍ଚାଇବା ପାଇଁ ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ମଇଦାନକୁ ଓହ୍ଲାଇବେ। ଲଢେଇ ପାଇଁ ନୂଆପଡାକୁ ଯୋଦ୍ଧା ପଠାଇସାରିଛନ୍ତି ବିଜେଡି ସୁପ୍ରିମୋ। ପୂର୍ବରୁ ୫୨ ବରିଷ୍ଠ ନେତା, ବିଧାୟକ, ପୂର୍ବତନ ବିଧାୟକଙ୍କୁ ନୂଆପଡା ନିର୍ବାଚନମଣ୍ଡଳୀ ଦାୟିତ୍ବ ଦେଇଥିଲେ । ଗତକାଲି ନୂଆପଡ଼ା ଉପନିର୍ବାଚନ ଆଉ ୩୪ ନେତାଙ୍କୁ ଦାୟିତ୍ବ ଦେଇଛନ୍ତି ନବୀନ ।
Views: 67











