ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲା । ଗିରଫ ବିକ୍ରମ ପଣ୍ଡାଙ୍କ ପାଇଁ କୋର୍ଟରେ ଲଢିବେ ୪୪ ଓକିଲ । ଏ ନେଇ କୋର୍ଟରେ ୱକାଲାତନାମା ଦାଖଲ କଲେ ୪୪ ଓକିଲ । ବିକ୍ରମଙ୍କ ସହ ମଳୟ ବିଷୋୟୀ ଓ ମଦନ ଦଳେଇଙ୍କ ପାଇଁ ବି ଲଢିବେ । ଆଜି କୋର୍ଟରେ ଜାମିନ ପାଇଁ କରାଯିବ ଆବେଦନ । ବିକ୍ରମ ପଣ୍ଡାଙ୍କ ସମେତ ୧୩ ଜଣଙ୍କୁ ଗିରଫ କରିଛି ପୋଲିସ ।
ତେବେ ହତ୍ୟାକାଣ୍ଡ ଘଟାଇବା ପରେ ଅନ୍ୟତମ ଅଭିଯୁକ୍ତ ଉମା ବିଷୋୟୀ ଓ ଗୁଳି ଫୁଟାଇଥିବା ଅଭିଯୁକ୍ତ କୁରୁପତି ଭୂୟାଁ ଜୟପୁରରେ ଥିବା ସୁନୀଲଙ୍କ ଫାର୍ମ ହାଉସରେ ୪ ଦିନ ଧରି ରହିଥିଲେ । ଉଭୟେ ଫେରାର ଥିବା ବେଳେ ଜୟପୁରରୁ ଉଠାଇଥିବା ସୁନୀଲଙ୍କୁ ପୋଲିସ ଆଜି କୋର୍ଟ ଚାଲାଣ କରିପାରେ ।
ପୋଲିସ ଏହି ହତ୍ୟା ମାମଲାରେ ୧୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେମାନେ ବ୍ରହ୍ମପୁର ମଣ୍ଡଳ କାରାଗାର ର ଭିନ୍ନ ଭିନ୍ନ ୱାର୍ଡ ରେ ରହୁଛନ୍ତି । ସେପଟେ ବିକ୍ରମ ପଣ୍ଡାଙ୍କ ଗିରଫ ପ୍ରତିବାଦରେ ବିଜେଡି ଗଞ୍ଜାମ ଶାଖା ପକ୍ଷରୁ ଆଜି ଅପରାହ୍ନରେ ଶାନ୍ତି ପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରା ଅନୁଷ୍ଠିତ ହେବ। ସେହିପରି ଦିନ ୧୧ଟାରେ ବିଜେପି ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯିବ ।
ପୀତବାସ ପଣ୍ଡା ହତ୍ୟା ମାମଲା ; ବିକ୍ରମ ପଣ୍ଡାଙ୍କ ପାଇଁ ଲଢିବେ ୪୪ ଓକିଲ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











