ଭୁବନେଶ୍ୱର : ରାଜଧାନୀର ବିଭିନ୍ନ ହାଟ ପାଇଁ ଏସଓପି ଆଣିବ ବିଏମସି । ରାଜଧାନୀର ୨୦ଟି ବଡ ହାଟରେ ଲଗୁହେବ ଏସଓପି । ଏ ନେଇ ସୂଚନା ଦେଲେ ବିଏମସି ମେୟର ସୁଲୋଚନା ଦାସ । ବିଏମସି ଅଧିକାପୀଙ୍କ ଉପସ୍ଥିତିରେ ହେବ ହାଟ କମିଟି ନିର୍ବାଚନ । ସବୁ ହାଟ ଦୋକାନୀଙ୍କ ପାଇଁ ହେବ ଗ୍ରୁପ ଇନ୍ସୁରାନ୍ସ । ହାଟରେ ଏନଫୋର୍ସମେଣ୍ଟ କଡାକଡି ହେବ, ଜରିପାଲ ଟାଣିପାରିବେନି ଦୋକାନୀ । ରାସ୍ତା ଉପରକୁ ମାଡି ବ୍ୟବସାୟ କରି ପାରିବେନି ଦୋକାନୀ ।
Views: 74











