ବିହାର : ଟ୍ରେନ ଧକ୍କାରେ ଗୋଟିଏ ପରିବାରର ୪ ଜଣଙ୍କର ମୃତ୍ୟୁ । ବିହାର ବେଗୁସରାଇ ବରୈାନି-କହିହାର ରେଳ ଟ୍ରାକରେ ଅଘଟଣ । ମେଳା ଦେଖି ଫେରୁଥିବା ବେଳେ ଧକ୍କା ଦେଲା ଏକ୍ସପ୍ରେସ ଟ୍ରେନ । ବାପାମା ଓ ୨ ନାବାଳିକା ଝିଅଙ୍କ ମୃତ୍ୟୁ ହୋଇଥିବା ସୂଚନା ରହିଛି । ମୃତକଙ୍କ ମଧ୍ୟରେ ସାହେବପୁର କମଳ ଥାନା ଅଞ୍ଚଳର ରାହୁଆ ଗ୍ରାମର ଧର୍ମଦେବ ମହାତୋ, ମଦନ ମହାତୋଙ୍କ ସ୍ତ୍ରୀ, ମଦନ ମହାତୋଙ୍କ ୧୩ ବର୍ଷୀୟ ଝିଅ ରୋଶନୀ କୁମାରୀ ଏବଂ ଧର୍ମଦେବ ମହାତୋଙ୍କ ଚାରି ବର୍ଷୀୟ ଭାଣିଜୀ ରହିଛନ୍ତି । ସେମାନେ ମେଳା ଦେଖି ଫେରୁଥିବା ବେଳେ ଟ୍ରେନ ଧକ୍କା ଦେଇଥିଲା ।
Views: 72











