ମୁମ୍ବାଇ : ମୁମ୍ବାଇର ଏକ ବ୍ୟବସାୟ ପ୍ରତିଷ୍ଠାନରେ ଭୟାବହ ଅଗ୍ନିକାଣ୍ଡ । ଜୋଗେଶ୍ୱରୀ ଅଞ୍ଚଳର ଜେଏମଏସ ବିଜନେସ ସେଣ୍ଟରରେ ନିଆଁ । ନିଆଁ ଲାଗିବା ପରେ ଲୋକମାନେ ଆତଙ୍କିତ ହୋଇଯାଇଥିଲେ । ଦମକଳ ଗାଡି ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରୁଛି । ଅନେକ ଲୋକ ବିଲ୍ଡିଂରେ ଫସିଥିବା ଅନୁମାନ କରାଯାଉଛି ।
ଖବର ମୁତାବକ, ସକାଳ ୧୦.୫୦ ମିନିଟରେ ବିଜନେସ ସେଣ୍ଟର ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ଏହାଭିତରେ ଅନେକ ଲୋକ ଫସିଥିବା ଅନୁମାନ କରାଯାଉଛି । ଅଗ୍ନିଶମ ଟିମ୍ ଘଟଣା ସ୍ଥଳରେ ନିଆଁକୁ ଆୟତ୍ତ କରୁଛି । ଘଟଣାରେ କେହି ହତାହତ ହୋଇନାହାନ୍ତି । ଘଟଣା ବିଷୟରେ ଜଣାପଡିବା ପରେ ୬ଟି ଅଗ୍ନିଶମ ଗାଡି ପହଞ୍ଚିଥିଲା । ଯୁଦ୍ଧକାଳୀନ ଭିର୍ତ୍ତିରେ ଉଦ୍ଧାର କାର୍ୟ୍ୟ ଆରମ୍ଭ ହୋଇଛି ।
Views: 42











