କଣ୍ଟାମାଳ : ଦାଦନ ଖଟିବାକୁ ଯାଉଥିବା ବେଳେ ଦୁର୍ଘଟଣା । ୩ ମୃତ, ୮ ଗୁରୁତର ହୋଇଛି । ବୌଦ୍ଧ-କନ୍ଧମାଳ ସୀମାନ୍ତ ଲୁଇସିଂ ଗାଁରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଶ୍ରମିକମାନେ ଯାଉଥିବା ପିକଅପ ଭ୍ୟାନ ଉପରେ ମାଡ଼ିଗଲା ହାଇୱା । ଦୁର୍ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ୮ ଜଣରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଆହତଙ୍କୁ କଣ୍ଟାମାଳ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ମୃତକ ହେଲେ କଳାବତୀ କିସାନ ଓ ସୁକୁନି କିମାନ ଏବଂ ଅନ୍ୟ ଜଣେ ମୃତକଙ୍କ ପରିଚୟ ମିଳିପାରିନାହିଁ । ଘଟଣାସ୍ଥଳରେ ବିଏସଏଫ ଯବାନ, ଅଗ୍ନିଶମ କର୍ମଚାରୀ ଓ ପୋଲିସ ପକ୍ଷରୁ ଉଦ୍ଧାର କାର୍ୟ୍ୟ କରାଯାଇଛି ।
Views: 53











