ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ଏସପିଙ୍କ ଚାଞ୍ଚଲ୍ୟକର ତଥ୍ୟ । ଗତ ସେପ୍ଟେମ୍ବର ୧୦ ରୁ ୧୪ ଭିତରେ ହତ୍ୟା ଯୋଜନା ହୋଇଥିଲା । ଆଣ୍ଟି ସୋସିଆଲ ଉମା ବିଷୋୟୀ ବିହାରରୁ ୪ ଜଣ ସୁଟରଙ୍କୁ ଡକାଇଥିଲା । ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ଭଡା ରହିଥିଲେ ବିହାରରୁ ଆସିଥିବା ସୁଟର । ମଳୟ ବିଷୋୟୀ ସେମାନଙ୍କୁ ଶୂନ୍ୟ ଚନ୍ଦ୍ର ଦାସଙ୍କ ଘରେ ରଖିଥିଲେ । ମେଡିକାଲ କାମରେ ଆସିଛନ୍ତି ବୋଲି ମଳୟ ବିଷୋୟୀ କହିଥିଲେ । ମାତ୍ର ଶୂନ୍ୟ ଚନ୍ଦ୍ର ଦାସ ବିହାରରୁ ଆସିଥିବା ଲୋକଙ୍କୁ ସନେ୍ଦହ କରିଥିଲେ । ମଳୟ ବିଷୋୟୀ କହିଥିବାରୁ ଶୂନ୍ୟ ଚନ୍ଦ୍ର ଦାସ କିଛି କହିପାରି ନ ଥିଲେ । ମାତ୍ର ଶୂନ୍ୟ ଚନ୍ଦ୍ର ଦାସଙ୍କର ଏହି ହତ୍ୟାକାଣ୍ଡରେ କୈାଣସି ସମ୍ପୃକ୍ତି ନାହିଁ । ମାତ୍ର ବିହାରରୁ ଆସିଥିବା ସୁଟର ପତ୍ନୀଙ୍କ ଦେହ ଖରାପ ପାଇଁ ଫେରିଗଲେ । ସେପ୍ଟେମ୍ବର ୧୦ରୁ ୧୪ ମଧ୍ୟରେ ଷଡ ଯନ୍ତ୍ର କାର୍ଯ୍ୟକାରୀ ହୋଇ ପାରି ନ ଥିଲା ।
ତେବେ ପ୍ରଥମ ଉଦ୍ୟମ ବିଫଳ ହେବା ପରେ ମାତ୍ର ୨ ଶହ ମିଟର ଦୂରରେ ଥିଲେ ସୁଟର । ସବୁ ରେକି କରିବା ପରେ ଅକ୍ଟୋବର ୬ରେ କରିଥିଲେ କାର୍ଯ୍ୟକାରୀ । ଚିଣ୍ଟୁ ପ୍ରଧାନ ବେଙ୍ଗାଲୁରରୁ ଆସିଥିଲେ , ଯୋଡି ହୋଇଥିଲେ କୁରୁପତି ଭୂୟାଁ । ଘଟଣା ଦିନ ନୂଆ ଜୋତା , ନୂଆ ଡ୍ରେସ ପିନ୍ଧି ବାଇକରେ ଆସିଥିଲେ । ପୀତବାସଙ୍କୁ ଅଟକାଇ ନମସ୍କାର ହୋଇଥିଲେ , ଏହାପରେ ଗୁଳି ଚଳାଇଥିଲେ । ଚିଣ୍ଟୁ ପ୍ରଧାନ ଗାଡି ଡ୍ରାଇଭ କରିଥିଲେ , କୁରୁପତି ଗୁଳି ଚଳାଇଥିଲେ । ଗୁଳି କରିବା ପରେ ଖସି ଯାଇ ଶୀତଳାପଲ୍ଲାରେ ଡ୍ରେସ ବଦଳାଇଥିଲେ । ସେଠାରୁ ପୁରୁଷୋତ୍ତମପୁର ଦେଇ ରାମେଶ୍ୱରମରେ ପହଁଚିଥିଲେ । ରାମେଶ୍ୱରମରେ ଗାଡିଟି ଛାଡି ପୁରୀ ପଳାଇଯାଇଥିଲେ । ପୁରୀରୁ ଜପୁର ଯାଇ ବିକ୍ରମ ପଣ୍ଡାଙ୍କ ବିଶ୍ୱସ୍ତ ସୁନୀଲ ହୋତାଙ୍କ ଘରେ ରହିଥିଲେ । ସେଠାରୁ ଚିଣ୍ଟୁ ପ୍ରଧାନ ବେଙ୍ଗାଲୁର ଖସି ଯିବାରେ ସମର୍ଥ ହୋଇଥିଲେ ।
ପୀତବାସ ପଣ୍ଡା ହତ୍ୟା ମାମଲା ; ଘର ପାଖରେ ଭଡାରେ ଥିଲେ ସୁଟର , ସେପ୍ଟେମ୍ବରରେ ହୋଇଥିଲା ଷଡଯନ୍ତ୍ର
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











