The Ultimate Managed Hosting Platform
ADVERTISEMENT

ଯୁବତୀଙ୍କୁ ଅପହରଣ ଉଦ୍ୟମ ଅଭିଯୋଗ

Facebook
Twitter
LinkedIn

ଯାଜପୁର : ଯୁବତୀଙ୍କୁ ରାସ୍ତାରେ ଅପହରଣ ଉଦ୍ୟମ ଅଭିଯୋଗ । ଧର୍ମଶାଳା ଥାନା କଣ୍ଟାମାଳିଆ- ଥାନୁଆଳ ରାସ୍ତାରେ ଅପହ୍ରରଣ ଉଦ୍ୟମ । ଅଳ୍ପକେ ବର୍ତ୍ତିଲେ ଯୁବତୀ । ତକାଲି ରାତିରେ ଜଣେ ଯୁବତୀ ଓ ଜଣେ ମହିଳା ସ୍କୁଟିରେ ଘରକୁ ଫେରୁଥିଲେ । ରାସ୍ତାରେ ଯାଉଥିବା ସମୟରେ ହଠାତ ଏକ ବାଇକରେ ଜଣେ ଯୁବକ ଆସି ତାଙ୍କୁ ରାସ୍ତାରେ ଅଟକାଇଥିଲେ । ଏହି ସମୟରେ ପଛରେ ଏକ ଧଳା ରଙ୍ଗର କାର ଆସି ଯୁବତୀଙ୍କୁ ଭିତରକୁ ଟେକି ନେଇଥିଲେ। ଯୁବତୀ ଜଣକ ପାଟି କରିବା ଫଳରେ ରାସ୍ତାରେ ଯାଉଥିବା ଜଣେ ଯୁବକ ତାଙ୍କୁ କାର ଭିତରୁ ଉଦ୍ଧାର କରିଥିଲେ।
ପରେ କାରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଯୁବତୀ ଜଣକ ଉପସ୍ଥିତ ବୁଦ୍ଧି ଖଟାଇ ବାଇକରେ ଥିବା ଯୁବକଙ୍କ ଚାବି ରଖିଦେବାରୁ ସେ ଆଉ ଯାଇପାରିନଥିଲେ। ଧର୍ମଶାଳା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ ଥାନାରେ ଅଚକ ରଖି ପଚରାଉଚରା କରୁଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login