ମଧ୍ୟପ୍ରଦେଶ : ଉଜୈନର ବିଶ୍ବପ୍ରସିଦ୍ଧ ମହାକାଳ ମନ୍ଦିରରେ ଚାଲିଗଲା ଶ୍ରଦ୍ଧାଳଉଙ୍କ ଜୀବନ । ଭସ୍ମ ଆଳତିରେ ସାମିଲ ହେବାକୁ ଆସିଥିବା ଜଣେ ଶ୍ରଦ୍ଧାଳୁଙ୍କୁ ହାର୍ଟଆଟାକ ହେବାରୁ ତାଙ୍କ ଜୀବନ ଚାଲିଯାଇଛି । ତେବେ ସବୁଠାରୁ ଆଶ୍ଚର୍ୟ୍ୟର କଥା ହେଲା, ମୃତକ ଜଣକ ମରିବା ପୂର୍ବରୁ ହ୍ବାଟସଆପ୍ ଷ୍ଟାଟସରେ ଏକ ଭାବବିହ୍ବଳ ପୋଷ୍ଟ କରିଥିଲେ । ଯାହା ଯୋଗୁଁ ତାଙ୍କୁ ମୃତ୍ୟୁ ପୂର୍ବରୁ କିଛି ଆଭାସ ମିଳିଥିଲା ଅନୁମାନ କରାଯାଉଛି ।
ଖବର ମୁତାବକ, ଉଜୈନର ପାର୍ଶ୍ବନାଥ ସିଟିରେ ରହୁଥିବା ସୌରଭରାଜ ସୋନୀ ଚା’ ଦୋକାନ କରି ଚଳୁଥିଲେ । ପ୍ରତି ସୋମବାର ଭଳି ଗତକାଲି ମଧ୍ୟ ଦୀପାବଳି ଅବସରରେ ବାବା ମହାକାଳଙ୍କ ଭସ୍ମ ଆଳତି ଦର୍ଶନ ପାଇଁ ସାମିଲ ହୋଇଥିଲେ । ରାତି ୧ ଟାରେ ମନ୍ଦିର ପହଞ୍ଚିଥିଲେ । ହେଲେ ଭଗବାନଙ୍କୁ ଦର୍ଶନ କରିବା ପୂର୍ବରୁ ହାର୍ଟଆଟାକର ଶିକାର ହୋଇଥିଲେ । ୧ ନଂ ଗେଟ ନିକଟରେ ଅଚେତ ହୋଇ ପଡିଯାଇଥିଲେ । ତାଙ୍କ ସାଥୀ ଏବଂ ମନ୍ଦିର କର୍ମଚାରୀ ତୁରନ୍ତ ତାଙ୍କୁ ହସପିଟାଲରେ ଭର୍ତ୍ତି କରିଥିଲେ । ଯେଉଁଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ମହାକାଳଙ୍କ ଶରଣରେ ଚାଲିଗଲା ଶ୍ରଦ୍ଧାଳୁଙ୍କ ଜୀବନ
Facebook
Twitter
LinkedIn
Facebook
Twitter
LinkedIn
Recent News
୪ ଟି ଜିନିଷ ଆପଣଙ୍କୁ ହାଡକୁ କରିବ ଦୁର୍ବଳ !
ବ୍ୟୁରୋ : ଦିନକୁ ଦିନ ବଦଳୁଥିବା ଖାଦ୍ୟ ପାନୀୟର ଭୁଲ୍ ଅଭ୍ୟାସ ଯୋଗୁଁ ଆଜି ପ୍ରତି ୫ ଜଣରେ ଜଣେ ବ୍ୟକ୍ତି କୌଣସି ନା କୌଣସି ସ୍ବାସ୍ଥ୍ୟ...
ନବକଳେବର ହେବ କଲେକ୍ଟରେଟ ବିଲ୍ଡିଂ
ଭୁବନେଶ୍ୱର : ସବୁ ଜିଲ୍ଲାପାଳ କାର୍ଯ୍ୟାଳୟ ଗୁଡିକର ହେବ ନବକଳେବର । ମଡେଲ ଯୋଜନା ଅନୁଯାୟୀ ନୂଆ କଲେକ୍ଟରେଟ କୋଠା ନିର୍ମାଣ ହେବ । କଲେକ୍ଟରେଟ କୋଠାରେ...
ଆଜି ବିଶ୍ୱ ଏଡସ ଦିବସ, ଅକ୍ଟୋବର ସୁଦ୍ଧା ୨୪୬୨ HIV ପଜିଟିଭ
ଭୁବନେଶ୍ୱର : ବିଶ୍ୱ ଏଡସ ଦିବସରେ କ୍ୟାପିଟାଲ ହସ୍ପିଟାଲ ପରିସରରେ ସଚେତନତା ରାଲି ।ପତାକା ଦେଖାଇ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ରାଜ୍ୟରେ...
୯ ଜେଲରୁ ୧୩ କଏଦୀ ଫେରାର
ଭୁବନେଶ୍ୱର : ଜେଲରୁ କଏଦୀ ଫେରାର ନେଇ ମୁଖ୍ୟମନ୍ତ୍ରୀଙ୍କ ଲିଖିତ ଉତ୍ତର । ଗତବର୍ଷ ଜୁଲାଇରୁ ଏଯାବତ ୯ଟି ଜେଲରୁ ୧୩ କଏଦୀ ଫେରାର ହୋଇଛନ୍ତି ।...











