କଟକ : ନିଶାମୁକ୍ତି କେନ୍ଦ୍ରରେ ଯୁବକଙ୍କ ସନେ୍ଦହଜନକ ମୃତ୍ୟୁ । ସଦର ଥାନା ଉତ୍ତରମାପୁରର ନିଶାମୁକ୍ତି କେନ୍ଦ୍ରରେ ମୃତଦେହ । ଯୁବକଙ୍କୁ ତଣ୍ଟି ଚିପି ହତ୍ୟା କରାଯାଇଥିବା ଅଭିଯୋଗ । ୩ ମାସ ପୂର୍ବରେ ନିଶାମୁକ୍ତି କେନ୍ଦ୍ରରେ ଆସିଥିଲେ ମୃତ ଯୁବକ । ମୃତକ ଜଟଣୀ ଅଞ୍ଚଳର ହୋଇଥିବା ସୂଚନା । ପୋଲିସର ତଦନ୍ତ ଆରମ୍ଭ । ତାଙ୍କ ଘର ଜଟଣୀ ଅଞ୍ଚଳରେ। ସେ ଇଞ୍ଜିନିୟରିଂ ପାଠ ଶେଷ କରିବା ପରେ ମୁମ୍ବାଇରେ ଚାକିରୀ କରୁଥିଲେ । ଡିପ୍ରେସନରେ ରହୁଥିବାରୁ ତାଙ୍କୁ ନିଶାମୁକ୍ତି କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ୩ ମାସରୁ ଅଧିକ ସମୟ ଧରି ସେ ଏଠାରେ ରହୁଥିଲେ ।
ତେବେ ତାଙ୍କୁ ହତ୍ୟା କରାଯାଇଥିବା ପରିବାରଲୋକେ ଅଭିଯୋଗ କରିଛନ୍ତି । ନିଶାମୁକ୍ତି କେନ୍ଦ୍ରରେ କାହିଁକି ସିସିଟିଭି କାମ କରୁନଥିଲା ସେନେଇ ତଦନ୍ତ ଦାବି କରିଛନ୍ତି । ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ନିଶାମୁକ୍ତି କେନ୍ଦ୍ରର ୪ ଜଣଙ୍କୁ ନେଇ ପଚରାଉଚରା ଚାଲିଛି ।
Views: 60











