ନୂଆଦିଲ୍ଲୀ : “ବିପଦପୂର୍ଣ୍ଣ” ବର୍ଗରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ । ଦିଲ୍ଲୀ-ଏନସିଆର ଅଞ୍ଚଳରେ ବିଭିନ୍ନ ସ୍ଥାନରେ ଏକ୍ୟୁଆଇ ୫୦୦ ପାର । ଦିଲ୍ଲୀରେ ନରେଲା ଅଞ୍ଚଳରେ ଏକ୍ୟୁଆଇ ୫୫୦ ଡେଇଁଲା । ଦୀପାବଳି ରାତିରୁ ବଢିବାଲେ ଲାଗିଛି ବାୟୁ ପ୍ରଦୂଷଣ ।ସ୍ଥିତି ଏମିତି ହୋଇଛି କି ରାସ୍ତାକୁ ବାହାରିଲେ ଅଖି ପୋଡୁଛି । ଏପରକି ନିଶ୍ବାସ-ପ୍ରଶ୍ବାସ ନେବାରେ ବି ଲୋକଙ୍କ ସମସ୍ୟା ହେଉଛି ।ସକାଳ ୬ରୁ ୭ ଏବଂ ରାତି ୮ଟାରୁ ୧୦ ଯାଏ ବାଣ ଫୁଟାଇବାକୁ ଅନୁମତି ଥିଲା । ମାତ୍ର ନିୟମର ଉଲଂଘନ କରି ବିଳମ୍ବିତ ରାତି ଯାଏ ବାଣ ଫୁଟାଉଥିବା ଦେଖିବାକୁ ମିଳିଛି । ସାଧାରଣର ୦ରୁ ୫୦ ଯାଏ ଏକ୍ୟୁଆଇ କୁ ଭଲ କୁହାଯାଇଥାଏ । ୫୧ରୁ ୧୦୦ ଯାଏ ସ୍ତରକୁ ସନ୍ତୋଷ ଜନକ କୁହାଯାଏ । ୧୦୧ରୁ ୨୦୦କୁ ମଧ୍ୟମ, ୨୦୧-୩୦୦କୁ ଖରାପ ଏବଂ ୩୦୦ରୁ ଅଧିକକୁ ବହୁତ ଖରାପ ବୋଲି କୁହାଯାଇଥାଏ ।ଦିଲ୍ଲୀର ୩୬ ଷ୍ଟେସନରେ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୧୫ ଅକ୍ଟୋବରରେ ଦିଲ୍ଲୀ-ଏନସିଆର ଅଞ୍ଚଳରେ ସୁପ୍ରିମକୋର୍ଟ ସବୁଜ ବାଣ ବିକିବାକୁ ଅନୁମତି ଦେଇଥିଲେ ।
Views: 57











