The Ultimate Managed Hosting Platform
ADVERTISEMENT

ପାକିସ୍ତାନ-ଆଫଗାନିସ୍ତାନ ଅସ୍ତ୍ରବିରତି

Facebook
Twitter
LinkedIn

ନୂଆଦିଲ୍ଲୀ : ତୁରନ୍ତ ଅସ୍ତ୍ରବିରତି ପାଇଁ ପାକିସ୍ତାନ-ଆଫଗାନିସ୍ତାନ ମଧ୍ୟରେ ସହମତି । ଅସ୍ତ୍ରବିରତି ପାଇଁ ଉଭୟ ଦେଶ ରାଜି ହୋଇଥିବା ଘୋଷଣା କଲା କତାର । ଦୋହାରେ ତୁର୍କି ଓ କତାରର ମଧ୍ୟସ୍ଥତାରେ ବଡ ସଫଳତା । ସୀମାରେ ଉତ୍ତେଜନା ହ୍ରାସ ପାଇଁ ଉଭୟ ଦେଶ ମଧ୍ୟରେ ସହମତି । ଆଗାମୀ ଦିନରେ ଆହୁରି ଅଧିକ ବୈଠକ ସହ ଆଲୋଚନା ପାଇଁ ମଧ୍ୟ ରାଜି । ବୈଠକରେ ଉଭୟ ଦେଶର ପ୍ରତିରକ୍ଷା ମନ୍ତ୍ରୀ ଯୋଗ ଦେଇଥିଲେ । ସପ୍ତାହେ ତଳେ କାବୁଲ ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍ ପରେ ଆଫଗାନିସ୍ତାନ ପାକିସ୍ତାନକୁ ଆକ୍ରମଣ କରିବା ସହ ସୀମା ପୋଷ୍ଟକୁ ଅକ୍ତିଆରକୁ ନେଇଥିଲା । ତେବେ ଉଭୟ ପକ୍ଷ ମଧ୍ୟରେ ୪୮ ଘଣ୍ଟାର ଅସ୍ତ୍ରବିରତି ହୋଇଥିଲା । କିନ୍ତୁ ଅସ୍ତ୍ରବିରତି ସମୟରେ ପାକିସ୍ତାନ ଆକ୍ରମଣ କରିବା ଫଳରେ ୩ କ୍ରିକେଟରଙ୍କ ସମେତ ୧୦ ଜଣଙ୍କ ମୃତ୍ୟୁ ହୋଇଥିଲା ଏହାକୁ ନେଇ ପୁଣି ଉତ୍ତେଜନା ବଢିଥିଲା । ଉଭୟ ପକ୍ଷ ଅସ୍ତ୍ରବିରତିକୁ ବଜାୟ ରଖିବା ସହ ଦୁରାଣ୍ଡ ଲାଇନରେ ଏକ ସ୍ଥାୟୀ ଶାନ୍ତି ପ୍ରଣାଳୀ ପ୍ରତିଷ୍ଠା କରିବା ପାଇଁ ପରବର୍ତ୍ତୀ ବୈଠକ କରିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ବଢିଲା ଶୁଭଙ୍କର ମିଶ୍ରଙ୍କ ଅଡୁଆ

ପୁରୀ : ଶୁଭଙ୍କର ମିଶ୍ରଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ପୁରୀ ଜିଲ୍ଲାପାଳଙ୍କ ପ୍ରତିକ୍ରିୟା । ରିପୋର୍ଟ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ କହିଲେ ପୁରୀ ଜିଲ୍ଲାପାଳ । ମନ୍ତବ୍ୟରେ...

ADVERTISEMENT
ରୁଷିଆକୁ ଯୁଦ୍ଧ ବନ୍ଦ କରିବାକୁ ନିଦେ୍ର୍ଦଶ ଦେଲେ ଟ୍ରମ୍ପ

ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା

ୱାସିଂଟନ : ଆଫଗାନିସ୍ତାନ ନାଗରିକଙ୍କୁ ଆମେରିକା ମନା । ୱାଶିଂଟନ୍ ଡିସି ଗୁଳିକାଣ୍ଡ ପରେ କଠୋର ପଦକ୍ଷେପ ନେଲା ଟ୍ରମ୍ପ ପ୍ରଶାସନ। ଆଫଗାନିସ୍ତାନ ପାସପୋର୍ଟଧାରୀଙ୍କ ଭିସା ବନ୍ଦ...

Login