ମାଲକାନଗିରି : ୨ ବାଇକ ମୁହାଁମୁହିଁ ଧକ୍କା । ଦମ୍ପତିଙ୍କ ସହ ୩ ଜଣଙ୍କର ଚାଲିଗଲା ଜୀବନ । ସଦର ଥାନା ବାଲିମେଳା ମୁଖ୍ୟରାସ୍ତା ଏମଭି-୧୧ ନିକଟରେ ଦୁର୍ଘଟଣା । ଦୁର୍ଘଟଣାରେ ଦମ୍ପତିଙ୍କ ଜୀବନ ଚାଲିଯାଇଥିବା ବେଳେ ଅନ୍ୟ ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି । ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ସ୍ୱାମୀ ସ୍ତ୍ରୀ ମାଲକାନଗିରିରୁ କରୁକୋଣ୍ଡା ରାସ୍ତାରେ ଯିବା ସମୟରେ ଏମଭି-୧୧ ନମ୍ବର ନିକଟରେ କରୁକୋଣ୍ଡାରୁ ଦ୍ରୁତ ଗତିରେ ଆସୁଥିବା ଆଉ ଏକ ମଟର ସାଇକେଲ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ବର୍ତ୍ତମାନ ପର୍ୟ୍ୟନ୍ତ ମୃତକଙ୍କ ପରିଚୟ ମିଳିନଥିବା ବେଳେ ମାଲକାନଗିରି ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Views: 58











