ନୂଆପଡା : ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । ହଜାର ହଜାର ସମର୍ଥକଙ୍କ ସହ ଶୋଭାଯାତ୍ରାରେ ଆସି ପହଁଚିଥିଲେ ଜୟ । ସାଥିରେ ରହିଥିଲା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ମାଳବିକା ଦେଓ, ପୂର୍ବତନ ରାଜ୍ୟ ବିଜେପି ସଭାପତି ତଥା ପୂର୍ବତନ ଲୋକସଭା ସଦସ୍ୟ ବସନ୍ତ ପଣ୍ଡା ଓ ତାଙ୍କ ପୁତ୍ର ଅଭିନନ୍ଦନ ପଣ୍ଡା ପ୍ରମୁଖଙ୍କ ସମେତ କେତେକ ମନ୍ତ୍ରୀ, ବିଧାୟକ ଓ ନେତାମାନଙ୍କୁ ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା । ଶୋଭାଯାତ୍ରାରେ ବାହାରିବା ପୂର୍ବ ରୁ ଜୟ କହିଛନ୍ତି, ନୂଆପଡ଼ାବାସୀଙ୍କ ବିକାଶ ପାଇଁ କାମ କରିବି । ମୋତେ ପ୍ରାର୍ଥୀକରିଥିବାରୁ ବିଜେପି ନେତୃତ୍ବଙ୍କୁ ଧନ୍ୟବାଦ ଦେଉଛି। ବାପାଙ୍କ ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ଚେଷ୍ଟା କରିବି ।
Views: 48











