ଚଳିତ ଆଇପିଏଲ୍ର ୧୪ତମ ଲିଗ୍ ମ୍ୟାଚ୍ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ । ଏହି ମ୍ୟାଚ୍କୁ ନେଇ ଉଭୟ ଦଳ ଜୋରଦାର ପ୍ରସ୍ତୁତି କରିଛନ୍ତି । ପ୍ରଥମ ୨ଟି ମ୍ୟାଚ୍ରେ ପରାଜିତ ହୋଇଥିବା ମୁମ୍ବାଇ ଇଣ୍ଡିଆନ୍ସ ପଏଣ୍ଟ ଖାତା ଖୋଲିବାକୁ ବ୍ୟାକୁଳ । ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଦ୍ୱିତୀୟ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସ ଠାରୁ ପରାଜିତ ହୋଇଥିଲା । ପ୍ରଥମ ମ୍ୟାଚ୍ରେ ଡେଥ୍ ବୋଲିଂରେ ତ୍ରୁଟି ଯୋଗୁଁ ମୁମ୍ବାଇ ଇଣ୍ଡିଆନ୍ସ ବିଜୟ ହାତଛଡ଼ା କରିଥିଲା । ଦ୍ୱିତୀୟ ମ୍ୟାଚ୍ରେ ଇଶାନ କିଷନ ଓ ତିଳକ ବର୍ମା ଅର୍ଦ୍ଧଶତକ ଅର୍ଜନ କରି ବିଜୟ ଆଶା ସଂଚାର କରିଥିଲେ

ସବୁ ବିଭାଗରେ ଦଳର ପ୍ରଦର୍ଶନ ମଧ୍ୟ ଉନ୍ନତ ରହିଛି । ଉମେଶ ଯାଦବ ସମ୍ପ୍ରତି ବ୍ୟାଟ୍ସମ୍ୟାନଙ୍କ ନିଦ ହଜାଇ ଦେଇଛନ୍ତି । ପ୍ୟାଟ୍ କମିନ୍ସ ଖେଳିବା ସମ୍ଭାବନା ରହିଛି । ଫଳରେ ନାଇଟ୍ ରାଇଡର୍ସର ବୋଲିଂ ବିଭାଗର ଶକ୍ତି ଦ୍ୱିଗୁଣିତ ହେବ । ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଆନ୍ଦ୍ରେ ରସେଲଙ୍କ ବିସ୍ଫୋରକ ବ୍ୟାଟିଂ ଅନ୍ୟ ସବୁ ଦଳର ଚିନ୍ତା ବଢାଇ ଦେଇଛି । ଆସନ୍ତା କାଲି ସୂର୍ଯ୍ୟକୁମାର ଯାଦବ ଖେଳିବା ଆଶା କରାଯାଉଛି । ସୂର୍ଯ୍ୟଙ୍କ ଉପସ୍ଥିତି ମୁମ୍ବାଇ ଇଣ୍ଡିଆନ୍ସର ବ୍ୟାଟିଂ ବିଭାଗକୁ ସଦୃଢ କରିବ । ଏନସିଏ ଦ୍ୱାରା ଫିଟ୍ ଘୋଷିତ ହୋଇଥିଲେ ହେଁ ସୂର୍ଯ୍ୟକୁମାର ଏପର୍ଯ୍ୟନ୍ତ ମ୍ୟାଚ୍ ଖେଳି ନାହାନ୍ତି । ଇଶାନ କିଷନ ଓ ତିଳକ ବର୍ମା ଫର୍ମରେ ରହିଛନ୍ତି । କେବଳ ରୋହିତ ଶର୍ମା ସଫଳ ହେଲେ ମୁମ୍ବାଇ ଇଣ୍ଡିଆନ୍ସ ସହଜରେ ବିଶାଳ ସ୍କୋର ସଂଗ୍ରହ କରିପାରିବ ।