ଭୁବନେଶ୍ୱର : କ୍ୟାପିଟାଲ ଥାନା ଅଶୋକ ନଗରରେ ନାବାଳିକାକୁ ଦୁଷ୍କର୍ମ । କ୍ୟାପିଟାଲ ହସ୍ପିଟାଲ ଡାକ୍ତରଙ୍କ ରିପୋର୍ଟ ଆଧାରରେ ମାମଲା ରୁଜୁ । ଏବେ କ୍ୟାପିଟାଲ ହସ୍ପିଟାଲ ଆଇସିୟୁରେ ପୀଡିତା ଚିକିତ୍ସାଧୀନ । ରକ୍ତାକ୍ତ ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲ ଯାଇଥିଲେ ପୀଡିତା । ସନେ୍ଦହରେ କ୍ୟାପିଟାଲ ହସ୍ପିଟାଲ ଫାଣ୍ଡି ପୋଲିସକୁ ଜଣାଇଥିଲେ ଡାକ୍ତର । ମାମଲା ରୁଜୁ କରି ତଦନ୍ତ କରୁଛି କ୍ୟାପିଟାଲ ଥାନା ପୋଲିସ । ପୀଡ଼ିତାଙ୍କ ବୟସ ୧୬ ବର୍ଷ । ତାଙ୍କ ପାଖରେ କେହି ଆଟେନାଣ୍ଟ ନାହାନ୍ତି କିମ୍ବା ତାଙ୍କର ମୋବାଇଲ ଫୋନ୍ ନାହିଁ । ତାଙ୍କ ଘର ଝାଡ଼ଖଣ୍ଡରେ ବୋଲି ସେ କହିଛନ୍ତି । ଝାଡ଼ଖଣ୍ଡ ପୋଲିସ ସହାୟତାରେ ତାଙ୍କ ଠିକଣା ଖୋଜିବାକୁ ପ୍ରୟାସ କରାଯାଉଛି । ତଦନ୍ତ ଚାଲିଛି, କାର୍ୟ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କହିଛି । ପୀଡ଼ିତା ମାନସିକ ସ୍ଥିତି ଠିକ ନାହିଁ । ସେ ଏକାଧିକ ଥର ଯୌନ ନିର୍ୟାତନାର ଶିକାର ହୋଇଥିବା ଜଣାପଡ଼ିଛି ।
Views: 32











