ବଲାଙ୍ଗିର : ଜାମସର ନିକଟରେ ଟ୍ରକକୁ ପଛରୁ ପିଟିଲା ବୋଲେରୋ । ଘଟଣାସ୍ଥଳରେ ଜଣଙ୍କର ଜୀବନ ଯାଇଥିବା ବେଳେ ୭ ଜଣ ଗୁରୁତର ହୋଇଥିବା ସୂଚନା ରହିଛି । ଉଦ୍ଧାର କଲେ ପୁଇଁତଲା ପୋଲିସ ଓ ଅଗ୍ନିଶମ ବାହିନୀ । ଗୁରୁତରମାନେ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ବୁର୍ଲାରୁ କଳାହାଣ୍ଡିର ତୁମୁରାକୁ ଫେରିବା ବେଳେ ବୋଲେରୋ ଦୁର୍ଘଟଣା ଘଟିଛି । ଚିକିତ୍ସା ପରେ ବୋଲେରୋରେ ରୋଗୀ ଓ ସମ୍ପର୍କୀୟ ଗାଁକୁ ଫେରୁଥିଲେ । ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।
Views: 33











