ବ୍ୟୁରୋ : ଗୁଜୁରାତି ଔଷଧୀୟ ଗୁଣରେ ଭରପୂର । ଗୁଜୁରାତି ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ ।ଯଦି ହଜମ ପ୍ରକ୍ରିୟାରେ ଅସୁବିଧା ହେଉଛି ତେବେ ଗୁଜୁରାତି ଖାଇବା ଦ୍ବାରା ଏହି ସମସ୍ୟା ଦୂର ହୋଇଥାଏ । ପାଟିରେ ଘା’ ହୋଇଥିଲେ ମଧ୍ୟ ଗୁଜୁରାତି ଉପଶମ ଦେଇଥାଏ । ଏତିକି ନୁହେଁ ବରଂ ବ୍ଲଡ ସୁଗାର, ପାଟି ଦୁର୍ଗନ୍ଧ ଏବଂ ପେଟ ଜନିତ ସଂକ୍ରମଣଠାରୁ ଦୂରରେ ରଖିଥାଏ । ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ ଗୁଜୁରାତି ବେଷ୍ଟ ରିମେଡି ଭାବେ କାର୍ୟ୍ୟକାରୀ କରିଥାଏ । ତେଣୁ ଗୁଜୁରାତି ପାଣି ପିଇବାକୁ ପରାମର୍ଶ ଦିଆଯାଇଥାଏ । ଏଥି ସହିତ କ୍ୟାନ୍ସର ରୋଗୀଙ୍କ ଉପରେ ମଧ୍ୟ ଭଲ ପ୍ରଭାବ ପକାଇଥାଏ । ଏହା ସହିତ ରାତିରେ ଶୋଇବା ପୂର୍ବରୁ ଗୁଜୁରାତି ଚୋବାଇ ଖାଇଲେ ପେଟ ଫୁଲିବା, ଗ୍ୟାସ୍ ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାକୁ ଉଜ୍ବଳ ତ୍ବଚା ପାଇଁ ମଧ୍ୟ ବ୍ୟବହାର କରାଯାଇଥାଏ । ଆଜିକାଲି କାମର ଚାପ କାରଣରୁ ଅନିଦ୍ରା ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଯାହା ଫଳରେ ଅନେକ ଲୋକ ଅଧିକାଂଶ ସମୟ ରାତିରେ ଶାନ୍ତିରେ ଶୋଇ ପାରୁ ନାହାଁନ୍ତି । ତେଣୁ ତାଙ୍କ ନିଦ ଉପରେ ପ୍ରଭାବ ପଡୁଛି । ଯାହା ଦ୍ବାରା ଲୋକେ ଅନେକ ସ୍ବାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ କରୁଛନ୍ତି । କିନ୍ତୁ ଏହି ସବୁଥିରୁ ମୁକ୍ତି ଦେଇଥାଏ ଗୁଜୁରାତି ।ଏହା ବ୍ୟତୀତ ଶରୀରର ମେଟାବୋଲେଜିମକୁ ବୃଦ୍ଧି କରି ଓଜନ ହ୍ରାସ କରିବାର ଯାତ୍ରାକୁ ସହଜ କରି ଦେଇଥାଏ । ଗୁଜୁରାତିକୁ ଆପଣଙ୍କ ଡାଏଟ୍ ପ୍ଲାନରେ ମଧ୍ୟ ଆଡ୍ କରିପାରିବେ । ଏହା ସହିତ ଗୁଜୁରାତିରେ ଥିବା ଉପାଦାନଗୁଡ଼ିକ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ମଜବୁତ କରିଥାଏ ।
ହଜମ ସମସ୍ୟା ଦୂର କରେ ଗୁଜୁରାତି
Facebook
Twitter
LinkedIn
Facebook
Twitter
LinkedIn
Recent News
ନୂଆବର୍ଷରେ ବୋର୍ଡ ନିଗମ ନିଯୁକ୍ତି !
ଭୁବନେଶ୍ୱର : ବୋର୍ଡ ନିଗମ ନିଯୁକ୍ତି ନେଇ ଖୁବଶୀଘ୍ର ନିଷ୍ପତ୍ତି ନିଆଯ୍ଧବ ଘୋଷଣା ହେବ । ସୂଚନା ଦେଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ।...
ଆଜିର ANM ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର : ସ୍ଥଗିତ ହେଲା ANMର ଦ୍ୱିତୀୟ ବର୍ଷ ଆଜିର ପରୀକ୍ଷା । ପଞ୍ଚମ ପେପର –ମିଡ ବ୍ୱାଇଫେରୀ ପରୀକ୍ଷା ସ୍ଥଗିତ । ପରବର୍ତ୍ତୀ ନିଦେ୍ର୍ଦଶନାମା ପର୍ଯ୍ୟନ୍ତ...
ଖାଇକୁ ଖସିଲା କାର , ୫ ଜଣଙ୍କ ଚାଲିଗଲା ଜୀବନ
ଉତ୍ତରାଖଣ୍ଡ : ଉତ୍ତରାଖଣ୍ଡର ଚମ୍ପୱାଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଘାଟ ନିକଟରେ ବାଗଧାରା ଏକ ବରଯାତ୍ରୀ ଗାଡ଼ି ବିବାହ ଅତିଥିମାନଙ୍କୁ ନେଇ ଯାଉଥିବା ଏକ କାର...
ନିୟମ ବଦଳାଇଲା ଡିଜିସିଏ , ସ୍ୱାଭାବିକ ହୋଇପାରେ ବିମାନ ଚଳାଚଳ
ନୂଆଦିଲ୍ଲୀ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା ଦେଇଥିବା ସଙ୍କଟକୁ ନେଇ ବଡ ପଦକ୍ଷେପ ନେଇଛି ଡିଜିସିଏ । ନିୟମରେ ପରିବର୍ତ୍ତନ କରି ଡିଜିସିଏ ସାପ୍ତାହିକ...











