ଗୁଜୁରାଟ : ଗୁଜୁରାଟରେ ନୂଆ ମନ୍ତ୍ରିମଣ୍ଡଳର ଶପଥ ଗ୍ରହଣ ସମାରୋହ । ନୂଆ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଉଛନ୍ତି ରାଜ୍ୟପାଳ । ଆଜି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ଓ ପୁନର୍ଗଠନ ହୋଇଛି।। ଗୁଜରାଟରେ, ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ନେତୃତ୍ୱରେ ନୂତନ କ୍ୟାବିନେଟର ଶପଥ ଗ୍ରହଣ ସମାରୋହ ଗାନ୍ଧୀନଗରର ମହାତ୍ମା ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି। ହର୍ଷ ସାଂଘଭି ଉପମୁଖ୍ୟମନ୍ତ୍ରୀ ଭାବେ ନେଲେ ଶପଥ । ପ୍ରଥମେ ଗୃହମନ୍ତ୍ରୀ ଥିବା ହର୍ଷ ସାଂଘଭି ହେଲେ ଉପମୁଖ୍ୟମନ୍ତ୍ରୀ । ମୋଟ ୨୫ ମନ୍ତ୍ରୀ ନେଲେ ଶପଥ, ୬ ପୁରୁଣା ଚେହେରା । ଏହା ସହ ଜିତେନ୍ଦ୍ର ବାଘାନି ଏବଂ ଅର୍ଜୁନ ମୋଢ଼ୱାଡିଆ କ୍ୟାବିନେଟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ନୂତନ ଗୁଜରାଟ କ୍ୟାବିନେଟରେ ମୋଟ ୨୫ ଜଣ ମନ୍ତ୍ରୀ ଶପଥ ଗ୍ରହଣ କରିଛନ୍ତି, ଯେଉଁଥିରେ ୬ଜଣ ପୁରୁଣା ଚେହେରାଙ୍କୁ ନୂତନ କ୍ୟାବିନେଟରେ ସାମିଲ କରାଯାଇଛି। ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲଙ୍କ ବ୍ୟତୀତ ତ୍ରିକମ ବିଜଲ ଛଙ୍ଗା, ସ୍ବରୂପଜୀ ସର୍ଦ୍ଦାରଜୀ ଠାକୁର, ପ୍ରବୀଣ ମାଲି, ଋଷିକେଶ ପଟେଲ, ପିସି ବରଣ୍ଡା, ଦର୍ଶନା ବାଘେଲା, କାନ୍ତିଲାଲ ଅମୃତିଆ, କୁୱଁରଜୀଭାଇ ବାବଲିଆ, ରିବାବା ଜାଦେଜା, ଅର୍ଜୁନ ମୋଢ଼ୱାଡିୟା, ଡ. ପ୍ରଦ୍ୟୁମ୍ନ ୱାଜା, କୌଶିକ୍ ବେକରିୟା, ପରଷୋତ୍ତମ ସୋଲଙ୍କି, ଜିତେନ୍ଦ୍ର ବାଘାନି, ରମଣ ସୋଲଙ୍କି, କମଲେଶ ପଟେଲ, ସଞ୍ଜୟ ସିଂ ମହିଡା, ରମେଶ କଟାରା, ପ୍ରଫୁଲ୍ଲ ପାନସେରିଆ, ହର୍ଷ ସାଙ୍ଗବୀ, ମନୀଷା ବକିଲ ଏବଂ ଈଶ୍ୱର ସିଂ ପଟେଲ ଅନ୍ତର୍ଭୁକ୍ତ। ବର୍ତ୍ତମାନ ଗୁଜୁରାଟର ୯ଜଣ ପୂର୍ବତନ ମନ୍ତ୍ରୀଙ୍କୁ ହଟାଇ ଦିଆଯାଇଥିବାବେଳେ ୬ଜଣ ପୁରୁଣା ଚେହେରାକୁ ନୂତନ କ୍ୟାବିନେଟରେ ଅନ୍ତର୍ଭୁକ୍ତ କରାଯାଇଛି।
ଗୁଜୁରାଟ ମନ୍ତ୍ରିମଣ୍ଡଳ ପୁନର୍ଗଠନ ; ମୋଟ ୨୫ ମନ୍ତ୍ରୀ ନେଲେ ଶପଥ, ୬ ପୁରୁଣା ଚେହେରା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











