କର୍ଣ୍ଣାଟକ : ହାଭେରୀ ଜିଲ୍ଲାର ଏନଏଚ ୪୮ରେ ଭୟଙ୍କର ଦୁର୍ଘଟଣା । କାକୋଲା ନିକଟରେ ଟ୍ରାକ୍ଟର-ଟ୍ରଲର ଧକ୍କା । ୩ ଜଣଙ୍କର ଜୀବନ ଯାଇଥିବା ବେଳେ ୨୦ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ରାନେବେନ୍ନୁର ତାଲୁକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୃତକ ମାନେ ଦାଭାଙ୍ଗେରେ ଜିଲ୍ଲାର ମାଲେବେନ୍ନୁର ଗାଁର ହୋଇଥିବା ସୂଚନା । ନାଚଗୀତ ସାରି ଟ୍ରାକ୍ଟରରେ ଘରକୁ ଫେରୁଥିବା ବେଳେ ଘଟିଛି ଦୁର୍ଘଟଣା । ପୁଲିସ ଘଟଣାସ୍ଥଳରେ ପହଁଚି ତଦନ୍ତ ଜାରି ଆରମ୍ଭ କରିଛି ।
Views: 53











