ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ ଏଥିଲିନ୍ ଗ୍ଲାଇକୋଲ୍ ଅଧିକ ମାତ୍ରାରେ ବ୍ୟବହୃତ ନେଇ ସତର୍କ କରିଛି ହୁ । ଯାହା ମଣିଷ ଶରୀରରେ ଗୁରୁତର ପ୍ରଭାବ ପକାଇଥାଏ । ଏହିସବୁ ସିରପ ଗୁଡ଼ିକ ଭାରତରୁ ରପ୍ତାନୀ ଉପରେ ରୋକ ଲଗାଇବା ପାଇଁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି ବିଶ୍ବ ସ୍ବାସ୍ଥ୍ୟ ସଂଗଠନ- ହୁ । କୋଲ୍ଡରିଫ୍ ସିରପ ସେବନ କରି ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ୨୦ରୁ ଊର୍ଦ୍ଧ୍ବ ଶିଶୁଙ୍କ ମୃତ୍ୟୁ ହୋଇଛି । ଯାହାକୁ ନେଇ ଏ କପସିରପ ବ୍ୟବହାର ଉପରେ ରହିତାଦେଶ ଜାରି କରିବାକୁ କେନ୍ଦ୍ର ସରକାରଙ୍କୁ କହିଛି ହୁ । ଗତ ଅଗଷ୍ଟରେ ଏହି ସିରପ ସେବନ ଯୋଗୁ ମଧ୍ୟପ୍ରଦେଶ ପାରାସିଆ ଗାଁର ଅଧିକାଂଶ ଶିଶୁ ଏକକାଳୀନ ଅସୁସ୍ଥ ହେବା ଖବର ସାମନାକୁ ଆସିଥିଲା । ଏହି ଔଷଧଗୁଡ଼ିକ ମଧ୍ୟରୁ କୌଣସିଟି ଭାରତରୁ ରପ୍ତାନି କରାଯାଇ ନାହିଁ ଏବଂ ଅବୈଧ ରପ୍ତାନିର କୌଣସି ପ୍ରମାଣ ନାହିଁ ବୋଲି ସେଣ୍ଟ୍ରାଲ୍ ଡ୍ରଗ୍ସ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ ହୁ କୁ ସୂଚନା ଦେଇଛି ।
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”

Facebook
Twitter
LinkedIn
Facebook
Twitter
LinkedIn
Recent News
ଯାତ୍ରୀବାହୀ ବସରେ ଲାଗିଲା ନିଆଁ
ରାଜସ୍ଥାନ : ଯାତ୍ରୀବାହୀ ବସରେ ଲାଗିଲା ନିଆଁ । ବସରେ ୫୭ ଜଣ ଯାତ୍ରୀ ରହିଥିଲେ । ଏମାନଙ୍କ ମଧ୍ୟରୁ ୧୦-୧୫ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା...
ନୂଆପଡା ଉପନିର୍ବାଚନ ; କିଏ ହେବେ ବିଜେଡିରୁ ପ୍ରାର୍ଥୀ ?
ନୂଆପଡା : ନୂଆପଡା ଉପନିର୍ବାଚନ ପାଇଁ ବିଜେଡିରୁ ପ୍ରାର୍ଥୀ କିଏ ହେବେ ତାକୁ ନେଇ ଚର୍ଚ୍ଚା । ୪ରୁ ୫ ଜଣଙ୍କ ନାଁ ତାଲିକାଭୁକ୍ତ ହୋଇଥିବା ବେଳେ...
ସିରିଜ ପୋଛିନେଲା ଭାରତ , ୭ ୱିକେଟରେ ୱେଷ୍ଟିଣ୍ଡିଜକୁ ହରାଇଲା
ନୂଆଦିଲ୍ଲୀ : ୭ ୱିକେଟରେ ଭାରତ ଜିତି ୨-୦ ସିରିଜ କବଜା କରିଛି । ୱେଷ୍ଟଇଣ୍ଡିଜ ଦ୍ବିତୀୟ ଇନିଂସରେ ୩୯୦ ରନ୍ କରି ଭାରତକୁ ୧୨୧ ରନର...
କୋଲ୍ଡରିଫ ସମେତ ଏ ସମସ୍ତ ସିରପକୁ ବିଷାକ୍ତ କହିଲା “ହୁ”
ନୂଆଦିଲ୍ଲୀ : କୋଲ୍ଡରିଫ୍ ସମେତ ରେସପିଫ୍ରେସ୍ ଟିଆର ଓ ରିଲିଫ୍ ସିରପକୁ ବିଷାକ୍ତ କହିଲା ହୁ । ଏହି ୩ କଫ୍ ସିରପରେ ଡାଇଏଥିଲିନ୍ ଗ୍ଲାଇକୋଲ ଓ...