ନୂଆଦିଲ୍ଲୀ : ପୁଣି ଟ୍ରମ୍ପଙ୍କୁ ଭାରତ-ପାକ୍ ଯୁଦ୍ଧ ବନ୍ଦର ଶ୍ରେୟ ଦେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ । ମେ ମାସରେ ଭାରତ-ପାକିସ୍ତାନ ମଧ୍ୟରେ ହୋଇଥିବା ଯୁଦ୍ଧବିରତିରେ ଆମେରିକାର ରାଷ୍ଟ୍ରପତିଙ୍କ ଭୂମିକାକୁ ସେ ପ୍ରଶଂସା କରିଛନ୍ତି । ଏଥିସହିତ ତାଙ୍କୁ ପୁଣି ଥରେ ନୋବେଲ ଶାନ୍ତି ପୁରସ୍କାର ପାଇଁ ସେ ମନୋନୀତ କରିଛନ୍ତି । ଗାଜା ଶାନ୍ତି ସମ୍ମିଳନୀରେ ପାକ୍ ପ୍ରଧାନମନ୍ତ୍ରୀ ସରିଫ ଟ୍ରମ୍ପଙ୍କୁ ପ୍ରଂଶସା କରି ଆହୁରି ମଧ୍ୟ କହିଛନ୍ତି ଯେ, ଆପଣଙ୍କ ନେତୃତ୍ବ ଉଦାହରଣୀୟ ଏବ ଦୂରଦୃଷ୍ଟିସମ୍ପନ୍ନ । ଟ୍ରମ୍ପଙ୍କୁ ଆଉ ଟିକେ ପ୍ରଂଶସାରେ ପୋତି ସରିଫ କହିଛନ୍ତି ମୁଁ ଭାବୁଛି ଏହି ସମୟରେ ଏହି ଦୁନିଆକୁ ଆପଣଙ୍କ ଭଳି ଲୋକଙ୍କର ସବୁଠାରୁ ଅଧିକ ଆବଶ୍ୟକ ଥିଲା । ଏଥିସହ ପୂର୍ବରୁ, ସରିଫ ଏବଂ ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଅସୀମ ମୁନିରଙ୍କ ପ୍ରଶଂସା କରି, ଟ୍ରମ୍ପ ପାକିସ୍ତାନୀ ପ୍ରଧାନମନ୍ତ୍ରୀଙ୍କୁ ସମାବେଶକୁ ସମ୍ବୋଧିତ କରିବାକୁ ନିମନ୍ତ୍ରଣ କରିଥିଲେ ।
Views: 28