The Ultimate Managed Hosting Platform
ADVERTISEMENT

ବିହାର ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି

Facebook
Twitter
LinkedIn

ବିହାର : ବିଜେପି କଲା ପ୍ରାର୍ଥୀ ଘୋଷଣା । ବିହାର ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ବିଜେପି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ପ୍ରଥମ ପର୍ୟ୍ୟାୟ ପ୍ରାର୍ଥୀ ଘୋଷଣାରେ ୭୧ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତାଲିକା ଅନୁସାରେ ୭ ଥର ବିଧାୟକ ହୋଇଥିବା ନନ୍ଦ କିଶୋର ଯାଦବଙ୍କ ଟିକେଟ କାଟିଛି ବିଜେପି । ପାଟନା ସାହିବରୁ ରତ୍ନେଶ କୁଶୱାହାଙ୍କୁ ସୁଯୋଗ ମିଳିଛି । ନନ୍ଦ କିଶୋର ଯାଦବ ବ୍ୟତୀତ ମନ୍ତ୍ରୀ ମୋତିଲାଲ ପ୍ରସାଦଙ୍କ ଟିକେଟ ମଧ୍ୟ କଟିଛି । ତେବେ ବରିଷ୍ଠ ବିଜେପି ନେତା ତଥା ଉପ-ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ତାରାପୁର ସିଟରୁ ଟିକେଟ୍ ଦେଇଛି ବିଜେପି । ସେହିପରି ରାମ କୃପାଳ ଯାଦବଙ୍କୁ ଦଳ ଦାନାପୁର ଆସନରୁ ପ୍ରାର୍ଥୀ କରିଛି । ଏଥର ବିଜେପି ଏବଂ ଜେଡିୟୁ ୧୦୧ ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ବୋଲି ଧାର୍ୟ୍ୟ ହୋଇଥିଲା । ଏହାସହ ଏଲଜେପି (ଆର୍) ୨୯ଟି ଆସନରେ ନିର୍ବାଚନ ଲଢ଼ିବ । ସେହିପରି ହାମ୍ ଏବଂ ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା ୬ଟି ଲେଖାଏଁ ସିଟରେ ନିର୍ବାଚନ ଲଢିବେ ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT

Login