ସମ୍ବଲପୁର : ବଡ ଧରଣର କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ । ଏହି ଘଟଣାରେ ୨୦ ଜଣ ଗିରଫ ହୋଇଛନ୍ତି । ୫ହଜାର ବୋତଲ କଫ ସିରପ ଜବତ କଲା ବରେଇପାଲି ପୋଲିସ । କଟକରୁ ସମ୍ବଲପୁର ଚୋରା ଚାଲାଣ ବେଳେ ଧରା ପଡିଲା । ଗୋଟିଏ କାର ଓ ପିକଅପ ଭ୍ୟାନରେ ଚାଲାଣ ହେଉଥିଲା । ଜବତ କୋରେକ୍ସର ମୂଲ୍ୟ ୧୭ ଲକ୍ଷ ୮୫ ହଜାର ଟଙ୍କା। ତେବେ ଘଟଣାରେ ଆଉ କେଉଁମାନେ ସମ୍ପୁକ୍ତ ଅଛନ୍ତି, କିଏ ପଠାଉଥିଲା କେବେଠୁ ଚାଲୁଥିଲା ବିଭିନ୍ନ ଦିଗରେ ପୁଲିସ ତଦନ୍ତ ଜାରି ରଖିଥିବା ସମ୍ବଲପୁର ଏସପି ମୁକେଶ ଭାମୁ ସାମ୍ବାଦିକ ସମ୍ମିଲନୀରେ ସୂଚନା ଦେଇଛନ୍ତି ।
Views: 27