The Ultimate Managed Hosting Platform
ADVERTISEMENT

ଚନ୍ଦକା ଥାନାରୁ ଅଭିଯୁକ୍ତ ଚମ୍ପଟ

Facebook
Twitter
LinkedIn

ଭୁବନେଶ୍ୱର : ପୁଣି କମିଶନରେଟ ପୋଲିସର ଢିଲା ସୁରକ୍ଷା ପଦାରେ ପଡିଲା । କନଷ୍ଟେବଳଙ୍କୁ ଧକ୍କା ଦେଇ ମୋବାଇଲ ଚୋରି ଅଭିଯୁକ୍ତ ଥାନାରୁ ଚମ୍ପଟ । ଚନ୍ଦକା ଥାନାରେ ପୋଲିସକୁ ଚକମା ଦେଇ ପଳାଇଲା ଅଭିଯୁକ୍ତ । ଅଭିଯୁକ୍ତ ପଶ୍ଚିମବଙ୍ଗର ହୋଇଥିବା ବେଳେ ଆଇଫୋନ ଚୋରି ଘଟଣାରେ ଗିରଫ ହୋଇଥିଲା । ସୂଚନା ଅନୁସାରେ ଗତମାସ ୨୮ ତାରିଖ ରାତିରେ ଏକ ଆଇଫୋନ ଚୋରି ହୋଇଥିଲା । ସେହି ଅଭିଯୋଗ ତଦନ୍ତ କରି ଦୁଇ ଦିନ ତଳେ ଚନ୍ଦକା ପୋଲିସ ରାଜାକୁ ଧରି ଆଣି ଅଧିକ ପଚରାଉଚରା କରୁଥିଲା । ଗତକାଲି ଅଭିଯୁକ୍ତ ଜଣଙ୍କ ବାନ୍ତି ଲାଗୁଥିବା ବାହାନା କରି ବାଥରୁମ ଯାଇଥିଲା । ଥାନାର ସେଣ୍ଟ୍ରି ସମେତ ଦୁଇ ଜଣ କନେଷ୍ଟବଳ ମଧ୍ୟ ତାକୁ ଜଗି ଛିଡ଼ା ହୋଇଥିଲେ । ହେଲେ ଅଭିଯୁକ୍ତ ଜଣଙ୍କ ଚତୁରତାର ସହ ଜଣେ କନେଷ୍ଟବଳଙ୍କୁ ଧକ୍କା ଦେଇ ଦୈଡ଼ି ପଳାଇଥିଲା। ରାଜା ଖସିଯିବା ପରେ ଚନ୍ଦକା ଥାନାର ଢିଲା ସୁରକ୍ଷା ବ୍ୟବସ୍ଥା ଏବେ ପଦାରେ ପଡ଼ିଛି ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ବୁଧବାରଠୁ ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ଅଧିବେଶନ

ଭିଜିଲାନ୍ସ ଜାଲରେ ୨୭୦ କର୍ମଚାରୀ, ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୨୭୦ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ଗତ ବର୍ଷ ଜୁନ ୧୨ରୁ ଚଳିତ ବର୍ଷ ଡିସେମ୍ବର...

ADVERTISEMENT

Login