ନୂଆପଡା : ଆଜି ଉପନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ । ୨୦ ତାରିଖ ଯାଏ ନାମାଙ୍କନ ଭରିବେ ବିଭିନ୍ନ ଦଳର ପ୍ରାର୍ଥୀ । ଅକ୍ଟୋବର ୨୪ ପୂର୍ବରୁ ନାମାଙ୍କର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ତିନି ଦଳର ରଣନୀତି ତୟାର। ଏଯାଏ କେବଳ କଂଗ୍ରେସ ପ୍ରାର୍ଥୀ ସାମ୍ନାକୁ ଆସିଛନ୍ତି। ଜୟ ଢୋଲକିଆ ବିଜେଡି ଛାଡ଼ିବା ପରେ, ସେ ବିଜେପି ପ୍ରାର୍ଥୀ ହେବା ସମ୍ଭାବନା ଅଧିକ। ପ୍ରାର୍ଥୀ ଚୂଡ଼ାନ୍ତ ଲାଗି ଗତକାଲି ବସିଥିଲା ବିଜେପି କୋର୍ କମିଟି ବୈଠକ। ସେପଟେ ଜୟ ବିଜେପିରେ ଯୋଗଦାନ ପରେ ନୂଆପଡା ରାଜନୀତିର ସମୀକରଣ ବଦଳିଛି। ଏବେ ବିଜେଡିର ପ୍ଲାନ- ବି ମୋଡରେ ଯୋଦ୍ଧା ଖୋଜା ଚାଲିଛି ।ବିଜେଡିର ପ୍ରାର୍ଥିତ୍ୱ ନେଇ ଲାଗି ରହିଛି ସସପେନ୍ସ। ତା ପୂର୍ବରୁ ଏକ ଟିମ୍ ନୂଆପଡ଼ା ଯାଇ ଗ୍ରାଉଣ୍ଡରୁ ତଥ୍ୟ ସଂଗ୍ରହ କରୁଛନ୍ତି। ବିଜେଡିର ସ୍ଥାନୀୟ ନେତାଙ୍କ ସହ କରିବେ ଆଲୋଚନା।
Views: 34