ଜଳେଶ୍ୱର : ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା । ମେଡିକାଲ କର୍ତ୍ତୁପକ୍ଷଙ୍କ ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା । ମୋତେ ଘଟଣାକୁ ନେଇ କେହି କିଛି ଜଣାଉ ନାହାନ୍ତି କହିଲେ । ସମ୍ବେଦନଶୀଳ ଘଟଣା ହୋଇଥିଲେ ବି ଏଠାକାର ସରକାର ଚୁପ । ଓଡିଶା ହୋଇଥିଲେ କାର୍ଯ୍ୟାନୁଷ୍ଠାନ ହୋଇ ସାରନ୍ତାଣି । ସେ କହିଛନ୍ତି , ଏ ଘଟଣା ସମ୍ପର୍କରେ ଆମକୁ କେହି ଜଣାଇନାହାନ୍ତି । ତା’ର ଜଣେ ସାଙ୍ଗଠାରୁ ଖବର ପାଇ ଆମେ ଦୌଡ଼ିକି ଆସିଛୁ । ୬ରୁ ୭ ଜଣ ଘଟଣାସ୍ଥଳରେ ଥିଲେ । ମୋ ଝିଅକୁ ହଇରାଣ କରି ତା ’ ଫୋନ୍ ଛଡ଼ାଇନେଲେ , ତାକୁ ୩ ହଜାର ଟଙ୍କା ମାଗିଲେ । ସୂଚନା ଅନୁସାରେ , ଓଡ଼ିଆ ଛାତ୍ରୀଙ୍କୁ ପଶ୍ଚିମବଙ୍ଗରେ ଗଣଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲ୍ଲାର ଦୁର୍ଗାପୁରରେ ଏକ ଘରୋଇ ମେଡିକାଲ କଲେଜରେ ପଢୁଥିଲେ ସମ୍ପୃକ୍ତ ଓଡ଼ିଆ ଛାତ୍ରୀ । ତାଙ୍କ ଘର ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ । ଗତ ରାତି ପ୍ରାୟ ୮ଟା ୩୦ ସମୟରେ, ଡାକ୍ତରୀ ଛାତ୍ରୀ ଜଣକ କଲେଜ କ୍ୟାମ୍ପସ ବାହାରେ ପୁରୁଷ ବନ୍ଧୁଙ୍କ ସହିତ ବାହାରକୁ ଯାଇଥିଲେ । ଯୁବତୀଙ୍କୁ ଘରୋଇ ହସ୍ପିଟାଲ ପଛପଟେ ଥିବା ଏକ ରାସ୍ତାରେ ଥିବା ଜଙ୍ଗଲକୁ ନେଇଯାଇଥିଲା । ସେଠାରେ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଖବର ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି । ଦୁଷ୍କର୍ମ ଘଟଣାକୁ ନେଇ ଦୁର୍ଗାପୁରରେ ବ୍ୟାପକ ଉତ୍ତେଜନା ଦେଖାଦେଇଛି ।
ପଶ୍ଚିମବଙ୍ଗରେ ଓଡିଶା ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା ; ସହଯୋଗ ମିଳୁନି କହିଲେ ପୀଡିତାଙ୍କ ବାପା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











