ମୁମ୍ବାଇ : ବଲିଉଡ୍ ସୁପରଷ୍ଟାର ଦୀପିକା ପାଦୁକୋନ୍ ୧୦ ଅକ୍ଟୋବରରେ ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସ ଅବସରରେ ଘୋଷଣା କରିଛନ୍ତି ତାଙ୍କୁ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରାଳୟ ଦ୍ବାରା ପ୍ରଥମ ମାନସିକ ସ୍ୱାସ୍ଥ୍ୟ ରାଷ୍ଟ୍ରଦୂତ ନିଯୁକ୍ତି କରିଛନ୍ତି । ଏନେଇ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା ଏବଂ ପୁଣ୍ୟ ସଲିଳା ଶ୍ରୀବାସ୍ତବ ସହ ଏକ ଫଟୋ ସେୟାର କରିଥିଲେ ।ଦୀପିକାଙ୍କ ସ୍ବାମୀ ରଣବୀର କମେଣ୍ଟରେ ଲେଖିଛନ୍ତି ମୁଁ ମୋ ସ୍ତ୍ରୀକୁ ନେଇ ବହୁତ ଗର୍ବ ଅନୁଭବ କରୁଛି । କ୍ୟାପସନରେ ଦୀପିକା ଲେଖିଛନ୍ତି ବିଶ୍ବ ମାନସିକ ସ୍ୱାସ୍ଥ୍ୟ ଦିବସରେ ମତେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପାରିବାରିକ କଲ୍ୟାଣ ମନ୍ତ୍ରାଳୟର ପ୍ରଥମ ମାନସିକ ସ୍ୱାସ୍ଥ୍ୟ ଦିବସରେ ପ୍ରଥମ ମାନସିକ ରାଷ୍ଟ୍ର ଦୂତ ଭାବରେ ନିଯୁକ୍ତ ହୋଇଥିବାରୁ ସେ ବହୁତ ଗର୍ବିତ ବୋଲି ଲେଖିଛନ୍ତି ।
Views: 41