ଦେବଗଡ : ଜଙ୍ଗଲରୁ ଗର୍ଭବତୀ ହାତୀର ମୃତଦେହ ଉଦ୍ଧାର । ଦେବଗଡ ବନଖଣ୍ଡ ତିଲେଇବଣୀ ଫରେଷ୍ଟ ସେକ୍ସନ ପ୍ରଭାଶୁଣି ସଂରକ୍ଷିତ ଜଙ୍ଗଲରୁ ଗର୍ଭବତୀ ହାତୀର ମୃତଦେହ ଠାବ । ପ୍ରସବ ବେଳେ ହାତୀର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ ହାତୀର ବୟସ ୨୨ରୁ ୨୫ ବର୍ଷ ହେବ । ହାତୀଟି ଦିନକ ପୂର୍ବରୁ ସ୍ବାଭାବିକ ଭାବେ ଚଲାବୁଲା କରୁଥିଲା । ଗତକାଲି ପ୍ରସବ ବେଳେ ହାତୀଟିର ମୃତ୍ୟୁ ହୋଇଛି । ହାତୀ ମୃତ୍ୟୁର ଖବର ପାଇଁ ଘଟଣାସ୍ଥଳରେ ପହଂଚିଛନ୍ତି ବନବିଭାଗ ଟିମ୍ ।
Views: 42