ବ୍ରହ୍ମପୁର : ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ୩ ଅଟକ । ଜଣେ ସିଆଇଏସଏଫ ଯବାନଙ୍କ ସମେତ ୩ ଜଣଙ୍କୁ ଅଟକ ରଖି ଜେରା । ହତ୍ୟାକାଣ୍ଡ ନେଇ ବ୍ରହ୍ମପୁର ପୋଲିସକୁ ବଡ ସୁରାକ ମିଳିଥିବା ସୂଚନା । ହତ୍ୟାକାରୀକୁ ଧରିବା ପାଇଁ ଗଠିତ ଛଅ ଜଣିଆ ପୋଲିସ ଟିମ ପୁରା ଦମରେ ଲାଗିଛନ୍ତି । ପୋଲିସ ଅନେକ ସ୍ଥାନରେ ସିସିଟିଭି ଫୁଟେଜ ଯାଞ୍ଚ କରୁଥିବା ବେଳେ ଅନେକ ଅପରାଧୀ ଟେକି ଆଣି ଜେରା କରୁଛି । ସୁନୀଲ ନାମକ ଜଣେ କ୍ରିମିନାଲ ପୋଲିସରେ ସ୍କାନରରେ ଅଛି ।ସେପଟେ ବାଲି, କ୍ରସର, ମୋରମ ଓ ଜମି ବ୍ୟବସାୟ ଓ ସେଟଲମେଣ୍ଟକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି । ପୋଲିସର ତଦନ୍ତ ଯେତେ ଆଗଉଛି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଏବେ ପୋଲିସ ଦୁର୍ବୁତ୍ତଙ୍କୁ ଧରିବା ପାଇଁ ନୂଆ ନୂଆ କୌଶଳ ଆପଣାଉଛି ।
Views: 34