କଟକ : କଚକ ସହର ଅଂଚଳରେ କୋହଳ ହେଲା କର୍ଫ୍ୟୁ କଟକଣା । ପୋଲିସ କମିଶନର ଏସ ଦେବଦତ୍ତ ସିଂଙ୍କ ସୂଚନା । କର୍ଫ୍ୟୁ ଅବଧି ବୃଦ୍ଧି ନିଦେ୍ର୍ଦଶନାମା ନ ଆସିବାରୁ କଟକଣା କୋହଳ । କଟକ ସହରରେ ଜୀବନ ଯାତ୍ରା ଏକପ୍ରକାର ସ୍ୱାଭାବିକ ହୋଇଛି । କଟକରେ ଶାନ୍ତି ଓ ଭାଇଚାରା ବଜାୟ ରଖିବାକୁ ସିପିଙ୍କ ଅପିଲ । ଆଜି ସକାଳ ୧୦ଟା ପର୍ଯ୍ୟନ୍ତ କର୍ଫ୍ୟୁ କଟକଣା । ଦରଘାବଜାର ସମେତ ୧୩ଟି ଥାନା ଅଂଚଳରେ ଲାଗିଥିଲା କର୍ଫୁ୍ୟ । ତେବେ କିଛି ସ୍ଥାନରେ ରାସ୍ତା କଡ଼ରେ ଥିବା ଦୋକାନ ଖୋଲା ଥିଲା । ଜରୁରୀ ସେବା ପାଇଁ ପରିଚୟପତ୍ର ଯାଞ୍ଚ କରି ଛଡ଼ାଯାଉଥିଲା । ବିଶୃଙ୍ଖଳା ଘଟଣା ପରେ ୧୩ଟି ଥାନା ଅଞ୍ଚଳରେ କର୍ଫ୍ୟୁ ଲାଗୁ ହୋଇଥିଲା । ଘଟଣାରେ ୩ଟି ମାମଲା ରୁଜୁ କରି ୮ଜଣଙ୍କୁ ଗିରଫ କରାଯାଇଥିଲା । କୌଣସି ପ୍ରକାର ଗୁଜବରେ ବିଶ୍ବାସ ନକରିବାକୁ ପରାମର୍ଶ ଦେଇଥିଲା ଓଡ଼ିଶା ପୋଲିସ । ସୂଚନା ଅନୁସାରେ ଅକ୍ଟୋବର ୩ତାରିଖରେ ରାତିରେ ଦଶହରା ଭସାଣ ଶୋଭାଯାତ୍ରାରେ ଦରଘାବଜାର ଓ ହାତୀପୋଖରୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ଘଟିଥିଲା ।
Views: 18