କେନ୍ଦୁଝର : ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡି ଯୁବକ ନିଖୋଜ । ମାସକ ମଧ୍ୟରେ ଏହା ଦ୍ୱିତୀୟ ଘଟଣା । କେନ୍ଦୁଝର ଘଟଗାଁ ଥାନା ବଣଚକୁଳିଆ ଗାଁ ସ୍ଥିତ ଗୁଣ୍ଡିଚାଘାଗି ଜଳପ୍ରପାତରେ ବୁଡିଗଲେ ଯୁବକ । ନିଖୋଜ ଯୁବକ ହରିଚନ୍ଦନପୁର ବ୍ଲକ ବଡ଼ସିଆଳିମାଳ ଗାଁର ସତ୍ୟପ୍ରକାଶ ମହାନ୍ତ । ସତ୍ୟପ୍ରକାଶ ପାରାଦୀପ ସ୍ଥିତ ଏକ କମ୍ପାନୀରେ ଆମ୍ୱୁଲାନ୍ସ ଡ୍ରାଇଭର ଭାବେ କାମ କରନ୍ତି । ସେଠାରୁ କମ୍ପାନୀରେ କାମ କରୁଥିବା କିଛି ବନ୍ଧୁ ମାନଙ୍କ ସହ ଗୁଣ୍ଡିଚାଘାଗି ଜଳପ୍ରପାତକୁ ଆସିଥିଲେ ।ଜଳପ୍ରପାତ କୁଣ୍ଡ ନିକଟରେ ଗାଧୋଇବାକୁ ଯାଉଥିବା ବେଳେ ବୁଡିଯାଇ ନିଖୋଜ ହୋଇଯାଇଛନ୍ତି ସତ୍ୟପ୍ରକାଶ। ବର୍ତ୍ତମାନ ପର୍ୟ୍ୟନ୍ତ ତାଙ୍କର କୌଣସି ପତ୍ତା ମିଳୁନାହିଁ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଛନ୍ତି ।
Views: 32