ଗଞ୍ଜାମ : ବେଧଡକ ଚାଲିଥିଲା ଜୁଆ ଆଡ୍ଡା । ଖବର ପାଇ ଚଢାଉ କଲା ପୋଲିସ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ପୋଲିସର ଚଢାଉ । ଗତ ୩ ଦିନ ଭିତରେ ଭଞ୍ଜନଗର ଥାନାର ବିଭିନ୍ନ ସ୍ଥାନରେ ୩୪ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୭୧ ହଜାର ଟଙ୍କା ଏବଂ ୨୪ଟି ମୋବାଇଲ ଜବତ ହୋଇଛି । ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ, ଭଞ୍ଜନଗର ଏସଡିପିଓ ଏବଂ ଥାନାଧିକାରୀଙ୍କ ତତ୍ବାବଧାନରେ ସମସ୍ତ ପୋଲିସ କର୍ମଚାରୀ , ଚଢ଼ାଉରେ ସାମିଲ ହୋଇଥିଲେ । ଏହା ପୂର୍ବରୁ ଗତ ସପ୍ତାହରେ ୧୪ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୫୫ ହଜାର ଟଙ୍କା, ୧୧ ଟି ମୋବାଇଲ ଏବଂ ଗୋଟିଏ ମୋଟରସାଇକେଲ ଜବତ କରିଛି ପୋଲିସ । ଏସବୁକୁ ମିଶାଇ ଗତ ଦୁଇ ସପ୍ତାହ ମଧ୍ୟରେ ସମୁଦାୟ ୪୮ ଜଣ ଜୁଆଡି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧ ଲକ୍ଷ ୨୬ ହଜାର ଟଙ୍କା, ୩୫ ଟି ମୋବାଇଲ ଓ ଗୋଟିଏ ମୋଟରସାଇକେଲ ଜବତ କରିଛି ପୋଲିସ । ଭଞ୍ଜନଗର ଥାନା ଅଞ୍ଚଳର ଖାଲାସି ସାହି, ବଡଧୋବା ସାହି, ଗାମୁଣ୍ଡି, ନନ୍ଦିନୀପଲ୍ଲୀ ଏବଂ ଗତ ରାତିରେ ମୁଦୁଲିପଲ୍ଲୀ ଗାଁ ନିକଟରେ ଚାଲିଥିବା ଜୁଆଖେଳରେ ଚଢ଼ାଉ କରିଥିଲା ପୋଲିସ ଟିମ୍ ।
ଜୁଆ ଆଡ୍ଡା ଉପରେ ଚଢାଉ, ୩୪ ଗିରଫ
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











