ଗଞ୍ଜାମ : ବେଧଡକ ଚାଲିଥିଲା ଜୁଆ ଆଡ୍ଡା । ଖବର ପାଇ ଚଢାଉ କଲା ପୋଲିସ । ଗଞ୍ଜାମ ଜିଲ୍ଲା ଭଞ୍ଜନଗରରେ ପୋଲିସର ଚଢାଉ । ଗତ ୩ ଦିନ ଭିତରେ ଭଞ୍ଜନଗର ଥାନାର ବିଭିନ୍ନ ସ୍ଥାନରେ ୩୪ ଜଣ ଜୁଆଡିଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ଠାରୁ ୭୧ ହଜାର ଟଙ୍କା ଏବଂ ୨୪ଟି ମୋବାଇଲ ଜବତ ହୋଇଛି । ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶକ୍ରମେ, ଭଞ୍ଜନଗର ଏସଡିପିଓ ଏବଂ ଥାନାଧିକାରୀଙ୍କ ତତ୍ବାବଧାନରେ ସମସ୍ତ ପୋଲିସ କର୍ମଚାରୀ , ଚଢ଼ାଉରେ ସାମିଲ ହୋଇଥିଲେ । ଏହା ପୂର୍ବରୁ ଗତ ସପ୍ତାହରେ ୧୪ ଜଣ ଜୁଆଡିଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ନଗଦ ୫୫ ହଜାର ଟଙ୍କା, ୧୧ ଟି ମୋବାଇଲ ଏବଂ ଗୋଟିଏ ମୋଟରସାଇକେଲ ଜବତ କରିଛି ପୋଲିସ । ଏସବୁକୁ ମିଶାଇ ଗତ ଦୁଇ ସପ୍ତାହ ମଧ୍ୟରେ ସମୁଦାୟ ୪୮ ଜଣ ଜୁଆଡି ଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୧ ଲକ୍ଷ ୨୬ ହଜାର ଟଙ୍କା, ୩୫ ଟି ମୋବାଇଲ ଓ ଗୋଟିଏ ମୋଟରସାଇକେଲ ଜବତ କରିଛି ପୋଲିସ । ଭଞ୍ଜନଗର ଥାନା ଅଞ୍ଚଳର ଖାଲାସି ସାହି, ବଡଧୋବା ସାହି, ଗାମୁଣ୍ଡି, ନନ୍ଦିନୀପଲ୍ଲୀ ଏବଂ ଗତ ରାତିରେ ମୁଦୁଲିପଲ୍ଲୀ ଗାଁ ନିକଟରେ ଚାଲିଥିବା ଜୁଆଖେଳରେ ଚଢ଼ାଉ କରିଥିଲା ପୋଲିସ ଟିମ୍ ।
ଜୁଆ ଆଡ୍ଡା ଉପରେ ଚଢାଉ, ୩୪ ଗିରଫ

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...