The Ultimate Managed Hosting Platform
ADVERTISEMENT

ଇସ୍ରାଏଲୀ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ

Facebook
Twitter
LinkedIn

ନୂଆଦିଲ୍ଲୀ : ଗାଜାରେ ଶାନ୍ତି ପାଇଁ ପ୍ରସ୍ତାବ ରଖିଲେ ଡୋନାଲ୍ଡ ଟ୍ରମ୍ପ । ପଣବନ୍ଦୀ ଭାବେ ଅଟକ ଥିବା ଇସ୍ରାଏଲୀଙ୍କୁ ମୁକ୍ତ କରିବାକୁ ହମାସ ରାଜି । ଗାଜା ଉପରେ ବୋମା ମାଡ ନ କରିବା ପାଇଁ ଇସ୍ରାଏଲକୁ ଅନୁରୋଧ କଲେ । ପଣବନ୍ଦୀଙ୍କୁ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ଆକ୍ରମଣ ବନ୍ଦ ପାଇଁ ନେତନ୍ୟାହୁଙ୍କ ଘୋଷଣା । ଟ୍ରମ୍ପଙ୍କ ନିଷ୍ପତ୍ତିକୁ ସହମତି ଜଣାଇଲେ ଇସ୍ରାଏଲ ପ୍ରଧାନମନ୍ତ୍ରୀ । ଶାନ୍ତି ପ୍ରତିଷ୍ଠା ପାଇଁ ଟ୍ରମ୍ପଙ୍କ ପ୍ରୟାସ ସ୍ୱାଗତ ଯୋଗ୍ୟ । ସୂଚନାନୁଯାୟୀ, ଶାନ୍ତି ଯୋଜନା ଉପରେ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ହମାସ ଜାରି ଏକ ବିବୃତିରେ କହିଛି । ହମାସ ଛାଡିବାକୁ ଥିବା ପଣବନ୍ଦୀଙ୍କ ମଧ୍ୟରୁ ୨୦ଜଣ ବଞ୍ଚିଥିବା ସମ୍ଭାବନାଥିବା ବେଳେ ଅନ୍ୟମାନେ ମୃତ ଥିବା ଜଣାପଡିଛି । ରବିବାର ୨୦ ଦଫା ଗାଜା ଶାନ୍ତି ପ୍ରସ୍ତାବ ରଖିଥିଲେ । ଶାନ୍ତି ପ୍ରସ୍ତାବ ନ ମାନିଲେ ଭୟଙ୍କର ପରିଣାମ” ହେବ ବୋଲି ହମାସକୁ ଚେତାଇ ଦେଇଥିଲେ । ୨ ବର୍ଷର ଇସ୍ରାଏଲ ଓ ହମାସ ଯୁଦ୍ଧରେ ପ୍ରଥମେ ୧୨ ଶହ ଇସ୍ରାଏଲ ନାଗରିକଙ୍କ ମୃତ୍ୟୁ ହୋଇଥିଲା ।

ADVERTISEMENT
Facebook
Twitter
LinkedIn

Related Posts

ADVERTISEMENT

Recent News

ADVERTISEMENT

Login