ଭୁବନେଶ୍ୱର : ପୁଣି ଥରେ ପରୋକ୍ଷରେ ନବୀନ-ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ ମିଶ୍ର । ଅନାମ ବାବୁଙ୍କ କାହାଣୀ ଆଳରେ ନବୀନ-ପାଣ୍ଡିଆନଙ୍କୁ ଟାର୍ଗେଟ କଲେ । ଘର ଜ୍ୱାଇଁ ଉପାଖ୍ୟାନ ସହ ସୁଜାତାଙ୍କୁ ମଧ୍ୟ ବିବାଦକୁ ଟାଣିଲେ । ବିବାହ ପରେ ଜ୍ୱାଇଁ ଶ୍ୱଶୁରଙ୍କ ସମ୍ପତ୍ତି ଓ କାର୍ଯ୍ୟ ନିୟନ୍ତ୍ରଣକୁ ନେଇଥିଲା । ଏହା ସମାଜରେ ଶ୍ୱଶୁରଙ୍କ ଇଜ୍ଜତ ଓ ମାନ ସମ୍ମାନକୁ ଧୂଳିସାତ କରିଥିଲା ।
ଶ୍ରୀମୟୀ ଲେଖିଛନ୍ତି “ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।”
ଅନାମ ବାବୁ ଜଣେ ଉଚ୍ଚ ଶିକ୍ଷିତ ଓ ସମ୍ଭ୍ରାନ୍ତ ବ୍ୟକ୍ତି ଥିଲେ। ଗାଁର ମନ୍ଦିର ପାଖରେ ତାଙ୍କର ସୁନ୍ଦର ନିବାସ ଥିଲା। ଜମିଦାର ହିସାବରେ ଆଖପାଖର ସମସ୍ତ ଗାଁରେ ତାଙ୍କର ନାଁ ଥିଲା ଏକ ସମ୍ମାନର ପ୍ରତୀକ। ସଚ୍ଚୋଟତା ଓ ନିଷ୍ଠାରେ ସେ ସମସ୍ତଙ୍କ ମନରେ ସ୍ଥାନ କରିଥିଲେ। କିନ୍ତୁ ସମୟ ସହିତ ତାଙ୍କର ଏହି ଖ୍ୟାତି ମଳିନ ହେବାକୁ ଲାଗିଲା, ଯେଉଁ ଦିନଠାରୁ ତାଙ୍କ ଏକମାତ୍ର ଝିଅ ଅନ୍ୟ ରାଜ୍ୟର ଏକ ଯୁବକଙ୍କୁ ବିବାହ କଲେ।
ଅଷ୍ଟମଙ୍ଗଳା ପରେ ଜ୍ବାଇଁ ନିଜ ଘରକୁ ଫେରିଲା ନାହିଁ, ବରଂ ଘର ଜ୍ୱାଇଁ ହୋଇ ଅନାମ ବାବୁଙ୍କ ଘରେ ରହିଗଲେ। ଧୀରେ ଧୀରେ ସେ ଶ୍ୱଶୁରଙ୍କ ସମ୍ପତ୍ତି ଓ କାର୍ୟ୍ୟକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଆରମ୍ଭ କଲେ। ଏହା ଦେଖି ଗାଁ ଲୋକଙ୍କ ମନରେ ଅନାମ ବାବୁଙ୍କ ପ୍ରତି ଆସ୍ଥା ଓ ସମ୍ମାନ କମିବାକୁ ଲାଗିଲା। ଲୋକେ ମୁହଁରେ କିଛି ନ କହିଲେ ହେଁ, ମନରେ ଅସନ୍ତୋଷ ବଢ଼ିଲା। ଅନାମ ବାବୁ ନିଜ ବୟସ ଓ ସମ୍ମାନକୁ ଦୃଷ୍ଟିରେ ରଖି ଚୁପଚାପ ସହି ଚଳିଥିଲେ।
ଦିନ ଗଡ଼ିଗଲା, ଓ ଅନାମ ବାବୁ ନିଜର ସମସ୍ତ ଦାୟିତ୍ୱ ଜ୍ୱାଇଁଙ୍କୁ ହସ୍ତାନ୍ତର କରି ତୀର୍ଥ ଯାତ୍ରାକୁ ଚାଲିଗଲେ। କିନ୍ତୁ ଗାଁରେ ଲୋକଙ୍କ ମୁହଁରେ ଗପ ଚାଲିଲା: “ବିବାହିତା ଝିଅ ବାପ ଘରେ ଓ ଘର ଜ୍ୱାଇଁ ଶ୍ୱଶୁର ଘରେ ରହି ଅନାମ ବାବୁଙ୍କର ଇଜ୍ଜତ ଓ ମାନ-ସମ୍ମାନକୁ ଧୂଳିସାତ୍ କରିଦେଲେ।”
ଏହି କାହାଣୀ ଓଡ଼ିଶାର ଗ୍ରାମୀଣ ସମାଜରେ ପରମ୍ପରା, ସାମାଜିକ ମୂଲ୍ୟବୋଧ ଓ ପରିବାରିକ ସମ୍ମାନର ଗୁରୁତ୍ୱକୁ ଉଜାଗର କରେ। ଏହା ଗାଁ ଲୋକଙ୍କ ମନରେ ଅସନ୍ତୋଷ ଜନ୍ମାଇଥିଲା। ଜ୍ୱାଇଁଙ୍କ ଦ୍ୱାରା ସମ୍ପତ୍ତି ନିୟନ୍ତ୍ରଣ ଓ ଅନାମ ବାବୁଙ୍କ ନୀରବତା ତାଙ୍କ ସାମାଜିକ ପ୍ରତିଷ୍ଠାକୁ ଆହୁରି କ୍ଷତିଗ୍ରସ୍ତ କଲା।
ନବୀନ-ପାଣ୍ଡିଆନଙ୍କୁ ଟାର୍ଗେଟ କଲେ ଶ୍ରୀମୟୀ !
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











