କଟକ : ଦୁର୍ଗା ପୂଜା ଭସାଣ ବେଳେ ଗୋଷ୍ଠୀ ସଂଘର୍ଷ । ଗୋଷ୍ଠୀ ସଂଘର୍ଷରେ ଡିସିପି ଆହତ ହୋଇଛନ୍ତି । ଦରଘା ବଜାର ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ କାରଣରୁ ୬ ଜଣ ଗୁରୁତର ହୋଇଛନ୍ତି । କାଚ ଓ ପଥର ମାଡରେ କଟକ ଡିସିପି ରିଷିକେଶ ଖିଲାରୀ ମଧ୍ୟ ଆହତ । ମାଆଙ୍କ ଶେଷ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଗହଳି। ପାରମ୍ପରିକ ବାଦ୍ୟ ଓ ରୋଷଣୀରେ କମ୍ପୁଛି କଟକ ସହର। ବିରାଟ ପଟୁଆରରେ ମାଆ ଦୁର୍ଗାଙ୍କ ମେଢକୁ ବିସର୍ଜନ ପାଇଁ ନିଆଯାଉଛି । କଟକର ଦେବୀଗଡ଼ାରେ ୮୫ଟି ମେଢ଼ ବିସର୍ଜନ ସରିଲାଣି । ବାକି ମେଢ଼ ବିସର୍ଜନ ପାଇଁ ଶୋଭାଯାତ୍ରାରେ ଆସୁଛନ୍ତି। ପ୍ରବଳ ଭିଡ଼କୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି ।
Views: 68











