ୱାସିଂଟନ : ସଟଡାଉନ ହେଲା ଆମେରିକା ସରକାର । ଟ୍ରମ୍ପଙ୍କ କାର୍ୟ୍ୟକାଳରେ ଏହା ଦ୍ବିତୀୟ ଥର ପାଇଁ ସଟଡାଉନ ଅଟେ । ସଟଡାଉନ ଦ୍ବାରା ସମସ୍ତ ସରକାରୀ ଅନୁଦାନ ଠପ ହୋଇଯିବ ଏବଂ ସମସ୍ତ ସରକାରୀ କାର୍ୟ୍ୟ ବନ୍ଦ ରହିବ । ଆମେରିକାର ପ୍ରାୟ ୨୦ ଲକ୍ଷ ଲକ୍ଷ କର୍ମଚାରୀ ସଟଡାଉନ ଦ୍ବାରା ପ୍ରଭାବିତ ହେବେ। ଆମେରିକା ସିନେଟରେ ଅର୍ଥାନୁଦାନ ବିଲ୍ ପାସ୍ ହେବାରେ ବିଫଳ ହେବା ପରେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି । ସରକାର ଚାଲିବା ପାଇଁ ଆବଶ୍ୟକ ପାଣ୍ଠି ନେଇ ଆମେରିକା ସଂସଦରେ ସରକାରୀ ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇନପାରିବାରୁ ଏବେ ସଟଡାଉନରେ ପ୍ରବେଶ କରିଛି ଆମେରିକା । ସଟଡାଉନ ରୋକିବାକୁ ରାଷ୍ଟ୍ରପତି ଟ୍ରମ୍ପ ଡେମୋକ୍ରାଟିକ ନେତାଙ୍କ ୨୯ ତାରିଖରେ ବୈଠକ କରିଥିଲେ ମାତ୍ର ଏହାର କୌଣସି ନିଷ୍କର୍ସ ବାହାରିନଥିଲା । ସେହିପରି ସେପ୍ଟେମ୍ବର ୩୦ରେ ରିପ୍ଲବିକାନ ସଦସ୍ୟ ମାନେ ୧୧ ନଭେମ୍ବର ଯାଏ କଣ୍ଟିନ୍ୟୁଇଂ ରିଜୋଲ୍ୟୁସନ ପାସ୍ କରିଥିଲେ, । ହେଲେ ସିନେଟରେ ଡେମୋକ୍ରେଟିକ ମାନେ ଏହାକୁ ବିରୋଧ କରିବା ପରେ ଏବେ ସଟଡାଉନରେ ପ୍ରବେଶ କରିଛି ଆମେରିକା ।ଯେବେ ଆମେରିକା ସରକାର, ବିଭିନ୍ନ ଏଜେନ୍ସି ଓ ସରକାରୀ କାର୍ୟ୍ୟ ପାଇଁ ଅନୁଦାନ ସଂପର୍କିତ ପ୍ରସ୍ତାବ ସଂସଦରେ ପାରିତ ହୋଇପାରେନି, ସେତେବେଳେ ସଟଡାଉନ ପରିସ୍ଥିତି ଉପୁଜି ଥାଏ । ପାଣ୍ଠିର ବ୍ୟବସ୍ଥା ନହେବା ପର୍ୟ୍ୟନ୍ତ ଅତି ଜରୁରୀ କାର୍ୟ୍ୟକୁ ବାଦ ଦେଲେ ଅନ୍ୟ ସବୁ କାମ ବନ୍ଦ ରହେ ।
ସଟଡାଉନ ହେଲା ଆମେରିକା ,କର୍ମଚାରୀଙ୍କୁ ମିଳିବନି ଦରମା

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...