ୱାସିଂଟନ : ସଟଡାଉନ ହେଲା ଆମେରିକା ସରକାର । ଟ୍ରମ୍ପଙ୍କ କାର୍ୟ୍ୟକାଳରେ ଏହା ଦ୍ବିତୀୟ ଥର ପାଇଁ ସଟଡାଉନ ଅଟେ । ସଟଡାଉନ ଦ୍ବାରା ସମସ୍ତ ସରକାରୀ ଅନୁଦାନ ଠପ ହୋଇଯିବ ଏବଂ ସମସ୍ତ ସରକାରୀ କାର୍ୟ୍ୟ ବନ୍ଦ ରହିବ । ଆମେରିକାର ପ୍ରାୟ ୨୦ ଲକ୍ଷ ଲକ୍ଷ କର୍ମଚାରୀ ସଟଡାଉନ ଦ୍ବାରା ପ୍ରଭାବିତ ହେବେ। ଆମେରିକା ସିନେଟରେ ଅର୍ଥାନୁଦାନ ବିଲ୍ ପାସ୍ ହେବାରେ ବିଫଳ ହେବା ପରେ ଏଭଳି ଅଚଳାବସ୍ଥା ସୃଷ୍ଟି ହୋଇଛି । ସରକାର ଚାଲିବା ପାଇଁ ଆବଶ୍ୟକ ପାଣ୍ଠି ନେଇ ଆମେରିକା ସଂସଦରେ ସରକାରୀ ଓ ବିରୋଧୀଙ୍କ ମଧ୍ୟରେ ସହମତି ହୋଇନପାରିବାରୁ ଏବେ ସଟଡାଉନରେ ପ୍ରବେଶ କରିଛି ଆମେରିକା । ସଟଡାଉନ ରୋକିବାକୁ ରାଷ୍ଟ୍ରପତି ଟ୍ରମ୍ପ ଡେମୋକ୍ରାଟିକ ନେତାଙ୍କ ୨୯ ତାରିଖରେ ବୈଠକ କରିଥିଲେ ମାତ୍ର ଏହାର କୌଣସି ନିଷ୍କର୍ସ ବାହାରିନଥିଲା । ସେହିପରି ସେପ୍ଟେମ୍ବର ୩୦ରେ ରିପ୍ଲବିକାନ ସଦସ୍ୟ ମାନେ ୧୧ ନଭେମ୍ବର ଯାଏ କଣ୍ଟିନ୍ୟୁଇଂ ରିଜୋଲ୍ୟୁସନ ପାସ୍ କରିଥିଲେ, । ହେଲେ ସିନେଟରେ ଡେମୋକ୍ରେଟିକ ମାନେ ଏହାକୁ ବିରୋଧ କରିବା ପରେ ଏବେ ସଟଡାଉନରେ ପ୍ରବେଶ କରିଛି ଆମେରିକା ।ଯେବେ ଆମେରିକା ସରକାର, ବିଭିନ୍ନ ଏଜେନ୍ସି ଓ ସରକାରୀ କାର୍ୟ୍ୟ ପାଇଁ ଅନୁଦାନ ସଂପର୍କିତ ପ୍ରସ୍ତାବ ସଂସଦରେ ପାରିତ ହୋଇପାରେନି, ସେତେବେଳେ ସଟଡାଉନ ପରିସ୍ଥିତି ଉପୁଜି ଥାଏ । ପାଣ୍ଠିର ବ୍ୟବସ୍ଥା ନହେବା ପର୍ୟ୍ୟନ୍ତ ଅତି ଜରୁରୀ କାର୍ୟ୍ୟକୁ ବାଦ ଦେଲେ ଅନ୍ୟ ସବୁ କାମ ବନ୍ଦ ରହେ ।
ସଟଡାଉନ ହେଲା ଆମେରିକା ,କର୍ମଚାରୀଙ୍କୁ ମିଳିବନି ଦରମା
Facebook
Twitter
LinkedIn
Facebook
Twitter
LinkedIn
Recent News
୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା
ଭୁବନେଶ୍ୱର : ୨ ଦିନ ରାଜ୍ୟରେ ବର୍ଷା ସମ୍ଭାବନା । ସତର୍କ ରହିବାକୁ କହିଛି ଆଂଚଳିକ ପାଣିପାଗ କେନ୍ଦ୍ର । ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ...
ତ୍ରିଶୂଳୀ ନଦୀକୁ ଖସିପଡିଲା ବସ
କାଠମାଣ୍ଡୁ : ନେପାଳରେ ଭୟଙ୍କର ସଡ଼କ ଦୁର୍ଘଟଣା । ରାଜଧାନୀଠାରୁ ପ୍ରାୟ ୯୦ କିଲୋମିଟର ଦୂରରେ ଏକ ବଡ଼ ଧରଣର ବସ୍ ଦୁର୍ଘଟଣା ଘଟିଛି । ନେପାଳର...
ଲାଲକିଲ୍ଲା ଓ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡାଇବାକୁ ଧମକ
ନୂଆଦିଲ୍ଲୀ : ଲାଲ କିଲ୍ଲା ଏବଂ ଦିଲ୍ଲୀ ସଚିବାଳୟକୁ ବୋମାରେ ଉଡ଼ାଇବାକୁ ଧମକ ମିଳିଛି । ଦିଲ୍ଲୀ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।...
କନ୍ଧମାଳରେ ୩୦ ନକ୍ସଲ ସକ୍ରିୟ : ସଞ୍ଜୀବ ପଣ୍ଡା
କନ୍ଧମାଳ : କନ୍ଧମାଳରେ ଆଉ ପ୍ରାୟ ୩୦ ନକ୍ସଲ ସକ୍ରିୟ ରହିଛନ୍ତି । ପ୍ରେସମିଟରେ ସୂଚନା ଦେଲେ ଏଡିଜି ସଞ୍ଜୀବ ପଣ୍ଡା । ରାଇକିଆ , ଦାରିଙ୍ଗବାଡି,...











