ନୂଆଦିଲ୍ଲୀ : ଆସିଲା ୨୦୨୩ ଏନସିଆରବି ରିପୋର୍ଟ । ୧୧ ନଂ ସ୍ଥାନରେ ଓଡିଶା । ୨୦୨୧-୨୨ ତୁଳନାରେ ୨୦୨୩ରେ ବଢିଥିଲା ଅପରାଧ । ୨୦୨୩ରେ ମୋଟ ୧ ଲକ୍ଷ ୯୯ ହଜାର ୯୫୪ ମାମଲା । ୬୧୨୫ ଅପହରଣ, ୧୧୯୫ ଦୁଷ୍କର୍ମ ଓ ୧୨୩ ଦୁଷ୍କର୍ମ ଉଦ୍ୟମ ମାମଲା । ୨୯୫୬ ଚୋରି, ୩୭୦ ଡକାୟତି ଓ ୬୨୪ ଟି ଘର ପୋଡି ମାମଲା । ୨୦୨୩ରେ ମୋଟ ୧୩୬୨ଟି ହତ୍ୟାକାଣ୍ଡ ମାମଲା ରୁଜୁ । ୨୨୪ଟି ଯୈ÷ାତୁକ, ୪୨ଟି ପ୍ରେମ ଓ ୩ଟି ରାଜନୈତିକ ହତ୍ୟା । କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ପ୍ରକାଶିତ ଏନ୍ସିଆର୍ବି ରିପୋର୍ଟ-୨୦୨୩ରେ ଓଡ଼ିଶାର ଅପରାଧ ସ୍ଥିତିକୁ ନେଇ ଏହି ବିକଳ ଚିତ୍ର ପଦାକୁ ଆସିଛି। ରିପୋର୍ଟ ଅନୁସାରେ ମହିଳା ବିରୋଧୀ ଅପରାଧରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନରେ ରହିଛି। ଅନୁସୂଚିତ ଜନଜାତିଙ୍କ ବିରୋଧରେ ହୋଇଥିବା ମାମଲାରେ ୪ର୍ଥ ଓ ଅନୁସୂଚିତ ଜାତିଙ୍କ ବିରୋଧୀ ମାମଲାରେ ଦେଶରେ ୫ମ ସ୍ଥାନରେ ରହିଛି। ସେହିପରି ପୋକ୍ସୋ ମାମଲାରେ
୪ର୍ଥ ଏବଂ ଶିଶୁମାନଙ୍କ ବିରୋଧରେ ଅପରାଧ କ୍ଷେତ୍ରରେ ୬ଷ୍ଠ ସ୍ଥାନରେ ରହିଛି। ସାଇବର ଅପରାଧ କ୍ଷେତ୍ରରେ ମଧ୍ୟ ୧୦ମ ସ୍ଥାନରେ ରହିଛି। ରାଜ୍ୟରେ ଅପରାଧ ପଞ୍ଜୀକରଣ ଓ ଚାର୍ଜସିଟ୍ ଦାଖଲ ହାର ସନ୍ତୋଷଜନକ ଥିବା ସତ୍ତ୍ୱେ ଦୋଷୀ ସାବ୍ୟସ୍ତ ହାର ନୈରାଶ୍ୟଜନକ। ୨୦୨୩ ମସିହାରେ ଚାର୍ଜସିଟ୍ ଦାଖଲ ହାର ୮୫% ରୁ ଅଧିକ ସତ୍ତ୍ବେ ଦୋଷୀ ସାବ୍ୟସ୍ତ ହାର ମାତ୍ର ୧୧.୬% ରହିଛି। ମହିଳାଙ୍କ ବିରୋଧରେ ଅପରାଧରେ ୯.୩%, ଶିଶୁଙ୍କ କ୍ଷେତ୍ରରେ ୮.୧% ଏବଂ ଅନୁସୂଚିତ ଜାତି ଓ ଜନଜାତି କ୍ଷେତ୍ରରେ ୬%ରୁ କମ୍ ଦୋଷୀ ସାବ୍ୟସ୍ତ ହାର ପୁଲିସର ପାରିବାପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
NCRB ରିପୋର୍ଟ ; ଅପରାଧରେ ଓଡିଶା ୧୧ ନମ୍ବର

Facebook
Twitter
LinkedIn
Facebook
Twitter
LinkedIn
Recent News
ଉପର ପଡିଆରେ ବାଲିଯାତ୍ରା ଆୟୋଜନ ପ୍ରସ୍ତୁତି
କଟକ : ଉପର ପଡିଆରେ ବାଲିଯାତ୍ରା ଆୟୋଜନ ନେଇ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି । ହାଇକୋର୍ଟ ରାୟ ପରେ ସ୍ପଷ୍ଟ କଲେ କଟକ ଅତିରିକ୍ତ ଜିଲ୍ଲାପାଳ ।...
ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁ ; ଯବାନ ସ୍ୱାମୀ ଅଟକ
କୋରାପୁଟ : ପତ୍ନୀଙ୍କ ସନେ୍ଦହଜନକ ମୃତ୍ୟୁକୁ ନେଇ ଯବାନ ସ୍ୱାମୀଙ୍କୁ ଅଟକ ରଖିଲା ପୋଲିସ । ଘର ଭିତରେ ପୋଡିଯାଇ ଆଇଆରବି ଯବାନଙ୍କ ପତ୍ନୀଙ୍କ ମୃତ୍ୟୁ ମାମଲା...
ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଲୁଟ
ଭଦ୍ରକ : ଡିକି ଭାଙ୍ଗି ନେଇଗଲେ ୪ ଲକ୍ଷ । ବାଇକ ଡିକି ଭାଙ୍ଗି ୪ ଲକ୍ଷ ୬୦ ହଜାର ଟଙ୍କା ଲୁଟ ହୋଇଥିବା ନେଇ ଅଭିଯୋଗ...
CBI ଜାଲରେ RPF ହାବିଲଦାର
ରାଉରକେଲା : ସିବିଆଇ ଜାଲରେ ବନ୍ଧମୁଣ୍ଡା ଅଞ୍ଚଳର ଆରପିଏଫ ହାବିଲଦାର । ୧୫ ହଜାର ଟଙ୍କା ଲାଞ୍ଚ ନେଇ ଆରପିଏଫ ହାବିଲହାର ମହମ୍ମଦ ଇଜହାର କାବୁ ।...